ଓଡିଶା

ଉଠା ଦୋକାନ ଉପରେ ଚଢିଗଲା ଟ୍ରକ, ୪ ମୃତ ୭ ଆହତ

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଶାସନ ଥାନା ପରମାଣପୁରରେ ମଙ୍ଗଳବାର ଭୋରରୁ ଏକ ଅଭାବନୀୟ ଘଟଣା ଘଟିଛି । ଧନୁଯାତ୍ରା ପାଇଁ ଫୁଟପାତରେ ଖୋଲିଥିବା କିଛି ଉଠା ଦୋକାନ ଉପରେ ଏକ କୋଇଲା ବୋଝେଇ ଟ୍ରକ ଚଢିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଜବତ କରିବା ସହ ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସହରରେ ଧନୁଯାତ୍ରା ଚାଲିଥିବା ବେଳେ ରାସ୍ତାକଡରେ କିଛି ଅସ୍ଥାୟୀ ଦୋକାନ ଖୋଲା ଯାଇଛି । ବ୍ୟବସାୟୀମାନେ ସବୁଦିନ ଭଳି ସୋମବାର ରାତିରେ ବ୍ୟବସାୟ ସରିବା ପରେ ଦୋକାନ ଭିତରେ ଶୋଇପଡିଥିଲେ । ତେବେ ମଙ୍ଗଳବାର ଭୋରରୁ ସମ୍ବଲପୁରରୁ ଝାରସୁଗୁଡା ଯାଉଥିବା କୋଇଲା ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ଅସ୍ଥାୟୀ ଦୋକାନଗୁଡିକ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Related posts

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

mahabharatanews

ଚଳିତବର୍ଷର ମାଟ୍ରିକ୍ ପାଶ ହାର ୭୮.୭୬%

mahabharatanews

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

mahabharatanews