ଓଡିଶା

ଦନ୍ତା ଆକ୍ରମଣରେ ଚାଲିଗଲା ୨ଜୀବନ

ଅନୁଗୋଳ/ ସୁଧାକର ସାହୁ : ଦିନକୁ ଦିନ ହାତୀ ଆକ୍ରମଣରେ ଗଡୁଛି ମୁଣ୍ଡ । ଏଠି ନିରବ ପାଲଟିଛି ପଅଶାସନ । ଆଜି ପୁଣି ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ୨ ମହିଳାଙ୍କ ଜୀବନ ଯାଇଥିବା ସୂଚନା ରହିଅଛି। ମହିଳାଙ୍କ ଗାଁ ନିକଟରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି ସକାଳୁ ଏଭଳି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳ ବଡକନ୍ତକୁଳ ଗ୍ରାମର ମୁଳି ପ୍ରଧାନ ଓ ଗୌରୀ ରାଉଳ ଆଜି ସକାଳୁ ଗାଁ ପାଖ ଆମ୍ବ ବଗିଚାକୁ ଆମ୍ବ ଗୋଟେଇବାକୁ ଯାଇଥିଲେ। ତେବେ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ସେଠାରୁ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମୁଳି ପ୍ରଧାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସାଥୀ ଗୌରୀ ରାଉଳ ଗୁରୁତର ହୋଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଚିକିତ୍ସାସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଅଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related posts

 ତାରକସି କାମକୁ ଜିଆଇ ମାନ୍ୟତା

mahabharatanews

ଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଧାରଣା

mahabharatanews

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

mahabharatanews