ଓଡିଶା

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା

ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଲାଗି ରେଭେନସା ଶୀର୍ଷରେ
ଭୁବନେଶ୍ୱର: ଯୁକ୍ତ ଦୁଇ ଆଡମିଶନ ଲାଗି ମେଧା ତାଲିକା (କଟ ଅଫ ମାର୍କ) ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଲାଗି ରେଭେନସା କଲେଜ ଶୀର୍ଷରେ ରହିଛି। କଳା ବିଭାଗ ଲାଗି ପୁରୀର କନ୍ଦା ଖାଇ କଲେଜ ଶୀର୍ଷରେ ରହିଛି। ସାଧାରଣ ବର୍ଗଙ୍କ ବିଜ୍ଞାନରେ ଆଡମିଶନ ଲାଗି ରେଭେନସା କଲେଜ ୯୪.୩୩ ପ୍ରତିଶତ ସହ ରାଜ୍ୟର ସର୍ବାଗ୍ରେ ରହିଛି। ସେହିପରି ବ୍ରହ୍ମପୁର ନୀଳକଣ୍ଠନଗର ଏସଭିଏମ ୯୩.୨୦ ପ୍ରତିଶତ ମାର୍କରେ ଦ୍ୱିତୀୟ ସ୍ଥାନରେ ରହିଛି। ଭୁବନେଶ୍ୱରର ବିଜେବି କଲେଜ ୯୩ ପ୍ରତିଶତ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି। ସେହିପରି ବାଣିଜ୍ୟରେ ୮୪.୧୭ ପ୍ରତିଶତ ମାର୍କ ସହ ରେଭେନସା କଲେଜ ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ୮୦.୬୭ ପ୍ରତିଶତ ସହ ରାଉରକେଲା ସରକାରୀ କଲେଜ ରହିଛି। ବିଜେବି କଲେଜରେ ବାଣିଜ୍ୟ ବିଭାଗ ଲାଗି ୭୯.୮୩ ପ୍ରତିଶତ କଟଅପ ମାର୍କ ସହ ତୃତୀୟ ସ୍ଥାନରେ ରହିଛି। କଳାରେ କୃଷ୍ଣପ୍ରସାଦର କନ୍ଦାଖାଇ କଲେଜ ୮୩.୫୦ ପ୍ରତିଶତ ସହ ଟପରେ ରହିଛି। ୮୩.୩୩ ପ୍ରତିଶତରେ ରେଭେନ୍ସା କଲେଜ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି କଟକ ନରସିଂହପୁର କଲେଜ ୮୩.୧୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।

Related posts

ସମ୍ବିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

mahabharatanews

ସରିଲା ଆଲୋଚନା ; ଆଜିଠୁ ଖୋଲିବ ୟୁନିଟ୍‌-୧ ମାର୍କେଟ୍‌ 

mahabharatanews

କରୋନା ପାଇଁ ପୂଜାର୍ଚ୍ଚନା

mahabharatanews