Uncategorized

୨ ଆତଙ୍କୀ ନିହତ, ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଖବୀ ପାଇଥିଲା କି ଶ୍ରୀନଗରର ନାଭାକଡାଲ ଅଞ୍ଚଳରେ ଦୁଇ ଜଣ ଲୁଚି ରହିଛନ୍ତି । ଏହା ପରେ ସୁରକ୍ଷା ବଳ ପକ୍ଷରୁ ସେମାନଙ୍କୁ ଘେରାବନ୍ଦୀ କରାଯାଇଥିଲା । ଆତଙ୍କବାଦୀ ସୁରକ୍ଷା ବଳ ଉପରେ ଗୁଳି ଚଳାଇବାରୁ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚଳାଯାଇଥିଲା । ଏହି ଗୁଳି ବିନିମୟରେ ତେହେରିକ୍-ଏ-ହୁରିୟାତ୍ ଅଧ୍ୟକ୍ଷ ଆଶରଫ ସେହରାଇଙ୍କ ପୁତ୍ର ଜୁନାଦ ସେହରାଇ ଓ ତାର ସହଯୋଗୀଙ୍କ ମୃତ୍ୟୁ ହେବା ସହ ଜଣେ ଯବାନ ସହିଦ ହେବା ସହ ୪ ଜଣ ଯବାନ ଆହତ ହୋଇଛନ୍ତି ।

Related posts

କିମଙ୍କ ଆରୋଗ୍ୟ କାମନା କଲେ ଟ୍ରମ୍ପ

mahabharatanews

ଚଳଚ୍ଚିତ୍ର ଅନ୍ତଧ୍ୱର୍ନିକୁ ଢାକା ମହୋତ୍ସବରେ ୨ଟି ପୁରସ୍କାର ହାସଲ

mahabharatanews

ମହାରାଷ୍ଟ୍ରରେ ସଡକ ଦୁର୍ଘଟଣା: ୫ ମୃତ

mahabharatanews