ଓଡିଶା

ଓଡିଶା ଆସିଲା ୨୦ହଜାର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨୦ ହଜାର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ (ଆରଏଟି) କିଟ୍‌ ପହଞ୍ଚିଛି। ଏହି କିଟ ଦ୍ୱାରା କରୋନା ଟେଷ୍ଟି ଶୀଘ୍ର ହୋଇପାରିବ ଓ ଚିକିତ୍ସାରେ ଉନ୍ନତି ହେବ । ଏହି ୨୦ହଜାର କିଟ ମଧ୍ୟରୁ କଟକ ଏସସିବିକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍‌, ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ଅନ୍ୟ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ କିଟ୍‌ ପ୍ରଦାନ କରାଯାଇଛି। ଏହାଛଡ଼ା ୩୨ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ ଲେଖାଏଁ କିଟ୍‌ ପ୍ରଦାନ କରାଯାଇଛି। ଏନେଇ ଜଗଜଉ ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ‘କରୋନା’ରେ ୧୦୬୨୪ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦୬ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୩୬୧୮ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୧୩ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି।

Related posts

ବାହାନଗାରେ ଟ୍ରେନ ଦୁର୍ଘଟଣା; ନିଲାମ ହେବ ବଗି ଓ ଇଞ୍ଜିନ୍

mahabharatanews

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି

mahabharatanews