ଓଡିଶା

ବଜ୍ରାଘାତରେ ପୁଣି ୧୨ ଜଣଙ୍କ ମୃତ୍ୟୁ

ପାଟଣା: ବିହାରରେ ବଜ୍ରାଘାତ ଜନିତ ମୃତ୍ୟୁସଂଖ୍ୟା ଥମିବାର ନାମ ନେଉନାହିଁ । ପୁଣି ବୁଧବାର ଅପରାହ୍ନ ସାଢେ ୩ଟା ସମୟରେ ବଜ୍ରାଘାତରେ ୧୨ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ବେଗୁସରାୟର ୭ ଜଣ, କେମୁର, ଯାମୁଇ, ଭଗଲପୁର, ମୁଙ୍ଗେର ଏବଂ ଗୟାର ଜଣେ ଲେଖା ବଜ୍ରାଘାତରେ ପ୍ରାଣହରାଇଛନ୍ତି । ଚଳିତ ମୌସୁମୀରେ ବିହାରରେ ବଜ୍ରାଘାତ ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଜୁନ ୨୫ ତାରିଖରେ ଗୋଟିଏ ଦିନରେ ବଜ୍ରାଘାତରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିଲା ।
ବିହାରରେ ଭୀଷଣରୁ ଅତି ଭୀଷଣ ବର୍ଷା ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି କରିଛନ୍ତି । ଆସନ୍ତା ୨୪ ଘଣ୍ଟାରେ ବିହାରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୭୨ ଘଣ୍ଟା ପାଇଁ ଆଲର୍ଟ ଜାରି କରାଯାଇଛି । ବର୍ଷା ଯୋଗୁଁ ନଦୀମାନଙ୍କର ଜଳସ୍ତର ବଢିବାର ସମ୍ଭାବନା ରହିଛି ।

Related posts

ବଙ୍ଗୀୟ ନବବର୍ଷ ପାଇଁ ଉତ୍ସବମୁଖର ଏମଭି-୭୯, ଧୁମଧାମରେ ପାଳିତ ପହିଲା ବୈଶାଖ

mahabharatanews

କୂଅକୁ ସଫା କରୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଦୁଇ ଭାଇଙ୍କ ମୃତ୍ୟୁ

mahabharatanews

ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

mahabharatanews