ଭାରତ

 ଆଇସଲ୍ୟାଣ୍ଡରେ ଭୂମିକମ୍ପ : ୨୪ ଘଣ୍ଟାରେ ୨,୨୦୦ରୁ ଅଧିକ ରେକର୍ଡ 

(ଦିଲ୍ଲୀ) : ଉତ୍ତର-ପଶ୍ଚିମ ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୦୦ରୁ ଅଧିକ ଭୂମିକମ୍ପ ରେକର୍ଡ କରାଯାଇଛି। ଫଳରେ ସମଗ୍ର ଦେଶବାସୀ ଆତଙ୍କିତ ହୋଇପଡ଼ିଛି । ଆଇସଲାଣ୍ଡର ରାଜଧାନୀ ରେକ୍ଜାଭକି ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ (କମ୍ପନ) ଅନୁଭୂତ ହୋଇଛି। ପାଖାପାଖି ୨,୨୦୦ ଭୂକମ୍ପ ଚିହ୍ନଟ ହୋଇଛି ଏବଂ ଆଇସଲାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ସବୁଠାରୁ ବଡ ଭୂମିକମ୍ପ ଅନୁଭୂତ ହୋଇଛି । ଆଗକୁ ଆହୁରି ଭୂକମ୍ପ ଗତିବିଧି ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି ।

ସୂଚନାନୁଯାୟୀ ,ଏସବୁ ଭୂମିକମ୍ପର ହାରାହାରି ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଛି । ଏହା ଖୁବ୍ ଶୀଘ୍ର ଆଗ୍ନେୟଗିରି ବିସ୍ଫୋରଣ ହେବାର ସଙ୍କେତ ପ୍ରଦାନ କରୁଛି । ଆଇଏମଓ କହିଛନ୍ତି ଯେ ମାଉଣ୍ଟ ଫାଗ୍ରାଡାସଫିଏଲ ତଳେ ଅପରାହ୍ଣ ପ୍ରାୟ ୪ଟା ବେଳେ ଭୂମିକମ୍ପ ଆରମ୍ଭ ହୋଇଥିଲା।

Related posts

ଆଦିତ୍ୟ-ଏଲ୍‌୧; ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ

mahabharatanews

ଅନନ୍ତନାଗରେ ଜଣେ ଆତଙ୍କବାଦୀର ଶବ ଉଦ୍ଧାର

mahabharatanews

ମର୍ମନ୍ତୁଦ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

mahabharatanews