ବୁଲନ୍ଦସହର: ଉତ୍ତରପ୍ରଦେଶରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାଟି କୋତବାଲି ଦେହାତ ଅଞ୍ଚଳରେ ହୋଇଛି । ୪ଟି ଗାଡି ପରସ୍ଫର ସହ ଧକ୍କା ହେବା ଫଳରେ ଏପରି ହୋଇଛି । ଗୋଟିଏ ଟ୍ରକ୍, କାର୍ ଏବଂ ଦୁଇଟି ଟାଟା ମ୍ୟାଜିକ୍ ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । ଗାଡି ଭିତରେ ଫସିଥିବା ୮ ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଦୁର୍ଘଟଣା ସଂପର୍କରେ ବୁଝିବା ସହ ଜିଲ୍ଲା ଅଧିକାରୀ ଏବଂ ଏସଏସପିଙ୍କୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉଭୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟର ସମୀକ୍ଷା କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
