ଓଡିଶା

ଜୁଲାଇ ୨୪ ତାରିଖରୁ +୩ ଫାଇନାଲ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୨୪ ତାରିଖରୁ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ଅଗଷ୍ଟ ୨୦ ତାରିଖରୁ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ । ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । କଲେଜ କୁଳପତିମାନଙ୍କ ସହ ଆଲୋଚନା କରିବା ପରେ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି । ଏହାସହ କଲେଜଗୁଡିକରେ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କାମ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତି ୧୫ ଦିନରେ ଥରେ କୁଳପତିଙ୍କ ସହ ସମୀକ୍ଷା ବୈଠକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଆଜି ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ଜରିଆରେ କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଥିଲେ । ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଲକ୍ ଡାଉନ୍ ହେତୁ ଜୁନ୍ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ୟୁଜିସି ଗାଇଡ୍ ଲାଇନ୍ ମୁତାବକ ରାଜ୍ୟରେ ଚଳିତ ଶିକ୍ଷାବର୍ଷ ପାଇଁ କେବେ ଓ କିପରି ପରୀକ୍ଷା କରାଯିବ ସେନେଇ ଆଲୋଚନା ହୋଇଥିଲା ।

Related posts

୪୫ ଦିନ ମଧ୍ୟରେ କରୋନା ପ୍ରଭାବ କମିବ: ଡା. ସିବିକେ ମହାନ୍ତି

mahabharatanews

ସ୍ନାତକ ପାଇଁ ୧୯ରୁ ଆବେଦନ ପ୍ରକ୍ରିୟା ଆରମ୍ଭ 

mahabharatanews

ବଜରଙ୍ଗ କ୍ଲବର ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

mahabharatanews

Leave a Comment