ଓଡିଶା

ହିଜବୁଲ କମାଣ୍ଡର ରିଆଜ ସୁରକ୍ଷାବଳ ଗୁଳିରେ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ବେଗ୍‌ପୋରା ଗ୍ରାମରେ ଲୁଚି ରହିଥିବା ହିଜବୁଲ କମାଣ୍ଡର କୁଖ୍ୟାତ ଆତଙ୍କବାଦୀ ରିଆଜ ନାଇକୁ ସୁରକ୍ଷା ବଳ ମାରିଦେଇଛି। ବୁଧବାର ପୁଲୱାମା ଜିଲ୍ଲାର ଅବନ୍ତୀପୋରାର ବେଗପୋରା ଅଞ୍ଚଳରେ ନାଇକୁ ସୁରକ୍ଷା ବଳ ଘେରାବନ୍ଦୀ କରିଥିଲେ । ଏହା ପରେ ଉଭୟ ପକ୍ଷରୁ ଘମାଘୋଟ ଗୁଳି ବିନିମୟ ହୋଇଥିଲା ।
ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଏନକାଉଣ୍ଟର ସମୟରେ ସୁରକ୍ଷା ବାହିନୀ ୪୦କିଲୋଗ୍ରାମ ଆଇଇଡି ସହିତ ଏକ ଘର ବିସ୍ଫୋରଣ କରିଥିଲା । ହିଜବୁଲ କମାଣ୍ଡର ରିୟାଜ ନାଇକୁ ଏହି ଘରେ ଲୁଚି ରହିଥିଲେ। ଏହି ବିସ୍ଫୋରଣରେ ତାର ମୃତ୍ୟୁ ଘଟିଥିବା ବେଳେ ତାର ଅନ୍ୟ ସହଯୋଗୀ ଘରେ ଲୁଚି ରହିଛି। ବର୍ତ୍ତମାନ ସମୟରେ ଏନକାଉଣ୍ଟର ଜାରି ରହିଛି।
ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ବେଇଗ୍‌ପୋରା ଗ୍ରାମରେ ଆଜି ପ୍ରତ୍ୟୁଷରୁ ନିରାପତ୍ତା ବଳଙ୍କ କର୍ଡନ୍ ଘେରରେ ହିଜ୍‌ବ୍‌-ଉଲ୍-ମୁଜାହିଦୀନର କମାଣ୍ଡର୍ ରିୟାଜ୍ ନାଇକୁ ଫସି ରହିଥିବା ସୂଚନା ମିଳିଛି । ଏହି କୁଖ୍ୟାତ ଆତଙ୍କବାଦୀକୁ ଧରିବା ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।

Related posts

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews

ବରଗଡ ଜିଲ୍ଲା ୫ ଦିନ ପାଇଁ ସଟଡାଉନ

mahabharatanews

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews