ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲିସ ବାରମୁଲା ଜିଲ୍ଲାରୁ ଶୁକ୍ରବାର ଦିନ ୩ଟି ସ୍ୱତନ୍ତ୍ର ଚାଇନା ଗ୍ରେନେଡ ଏକ ଗିରଫ ଆତଙ୍କବାଦୀ ଠାରୁ ଉଦ୍ଧାର କରିଛି । ଏସଏସପି ଅବଦୁଲ କ୍ୱାୟୁମ ବାରମୁଲା ଗଣମାଧ୍ୟମକୁ କହିଛନ୍ତି, ଉଦ୍ଧାର ହୋଇଥିବା ଗ୍ରେନେଡ ଚାଇନାର ଓ ଏପରି ଗ୍ରେନେଡ ଉଦ୍ଧାରର ଏହା ପ୍ରଥମ ମାମଲା । ଗିରଫ ଆତଙ୍କବାଦୀ ଅସିଫ ଗୁଲକୁ ଜଣେ ନବ ନିର୍ବାଚି ମୁନସିପାଲ କାଉନସିଲରଙ୍କୁ ହତ୍ୟା କରିବାର ଭାର ନ୍ୟସ୍ତ କରାଯାଇଥିଲା । ତା ନାମରେ ୂପର୍ବରୁ ୪ ଟି ଜନ ସୁରକ୍ଷା ଆଇନ (ପିଏସଏ) ମାମଲା ରହିଛି ।
ଆସିଫ ସହ ମୋଷ୍ଟ ୱାଣ୍ଟେଟ ଆତଙ୍କବାଦୀ ହାଇଦର, ଶ୍ଲେନ ଓ ବହୁ ଅନ୍ୟ ଆତଙ୍କୀ ଯୋଗାଯୋଗରେ ଥିଲେ । ଆସିଫ ବାରମ୍ବାର ଏକାଧିକ ଆକ୍ରମଣକୁ ରୂପ ଦେଇ ଖସି ଯିବାରେ ସକ୍ଷମ ହେଉଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି, ଆସିଫ ଜାମ୍ମୁ ବାହାରେ ମଧ୍ୟ ବହୁ ଘଟଣା ଘଟାଇଛି । ତା ନାମରେ ପ୍ରାୟ ୨୯ଟି ଏଫଆଇଆର ରହିଛି । ଆସିଫକୁ ଜାମ୍ମୁରେ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନ ସହ ଯୋଡିବାର କାମ ଦିଆଯାଇଛି । ତାର ଜଣେ ସାଙ୍ଗ ଯିଏ ଜାମ୍ମୁ କଲେଜରେ ଅଧ୍ୟୟନ କରୁଛି, ୱାଘା ବର୍ଡର ଦେଇ ପାକିସ୍ତାନ ଯାଇଥିଲା ଭିସା ସଂଗ୍ରହ କରିବାକୁ । ଏହା ବ୍ୟତୀତ ଆସିଫ ଲସ୍କର ଓ ଟିଆରଏଫ ନାମରେ ବଟି ଆଦାୟ କରୁଥିଲା । କିନ୍ତୁ ଭୟରେ କେହି ଆସିଫ ନାମରେ କୌଣସି ଅଭିଯୋଗ ପୁଲିସ ନିକଟରେ କରି ନାହାନ୍ତି । ଏସଏସପି କହିଛନ୍ତି, ଆସିଫକୁ ଗିରଫ କରି ପୁଲିସ ପ୍ରାୟ ୮ ଜଣ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ଯୋଗ ଦେବାରୁ ବଞ୍ଚାଇ ଦେଇଛନ୍ତି ।
previous post
