Uncategorized

ସୁରକ୍ଷା ବଳ ଗୁଳିରେ ୩ ଆତଙ୍କୀ ନିହତ

ଶ୍ରୀନଗର: ମଙ୍ଗଳବାର ସକାଳୁ ଜମ୍ମୁ-କଶ୍ମୀରର ସୋପିଆଁ ଜିଲ୍ଲାରେ ସୁରକ୍ଷା ବଳ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜୁନ୍‌ ୬ ତାରିଖରୁ ୧୬ ଜୁନ ମଧ୍ୟରେ ସୋପିଆଁ ଜିଲ୍ଲାରେ ସମୁଦାୟ ୧୭ ଆତଙ୍କୀଙ୍କ ସୁରକ୍ଷାବଳ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଶ୍ରୀନଗରର ପ୍ରତିରକ୍ଷା ପ୍ରବକ୍ତା କର୍ଣ୍ଣେଲ୍‌ ରାଜେଶ କଲିଆ କହିଛନ୍ତି।
ତୁର୍କୱାଙ୍ଗମ୍‌ ଗାଁରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ପୁଲିସ୍‌ ଏବଂ ସିଆର୍‌ପିଏଫ୍‌ ପକ୍ଷରୁ ବଡ଼ି ଭୋରରୁ ସେହି ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ଆତଙ୍କୀ ସୁରକ୍ଷାବଳ ଉପରକୁ ଗୁଳିଚଳାଇବା ପରେ ସୁରକ୍ଷା ବଳ ପାଲଟା ଗୁଳି ଚଳାଇଥିଲେ । ଏଥିରେ ୩ ଆତଙ୍କବାଦୀ ଙ୍କ ମୃତ୍ୟୁ ହୋଇଥିଲା । ସୁରକ୍ଷା ବଳ ସେଠାରୁ୨ଟା ଏକେ-୪୭ ରାଇଫଲ୍‌ ଏବଂ ଗୋଟିଏ ଆଇଏନ୍‌ଏସ୍‌ଏଏସ୍‌ ରାଇଫଲ୍‌ ଜବତ କରିଛି। ତେବେ ଏମାନେ କେଉଁ ସଂଗଠନର ତାହା ଜଣାପଡି ନାହିଁ ।

Related posts

ଗତ ୨୪ ଘଣ୍ଟାରେ ୯୨,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୬ ମୃତ

mahabharatanews

ବୃଦ୍ଧି ପାଉଛି ହାତୀ ଆକ୍ରମଣ ,୩ ଗୁରୁତର 

mahabharatanews

ଆଫ୍ରିକୀୟ ଚିତା ଆମଦାନୀକୁ ସୁପ୍ରିମ କୋର୍ଟଙ୍କ ଅନୁମତି

mahabharatanews