Uncategorized

ବୃଦ୍ଧି ପାଉଛି ହାତୀ ଆକ୍ରମଣ ,୩ ଗୁରୁତର 

(କେଉଁଝର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଆକ୍ରମଣ । ଏହାରି ମଧ୍ୟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ । ତେବେ ଜିଲ୍ଲାରେ ସମସ୍ତେ କାମ କରିବାକୁ ଭୟ କରିଲେଣି ।  ଆଜି ସକାଳୁ ହାତୀ ଆକ୍ରମଣରେ ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

 

 ସୂଚନାନୁସାରେ, ଆଜି ସକାଳୁ ଶ୍ରମିକମାନେ ଗୋପିନାଥପୁର କେନ୍ଦୁପତ୍ର ଫଡିକୁ କାମ କରିବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। କୁଣ୍ଢେଇହତା ଗ୍ରାମ ନିକଟରେ ସେମାନଙ୍କୁ ହାତୀ ଆକ୍ରମଣ କରିବା ଯୋଗୁଁ ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।ସେମାନଙ୍କୁ ଚିକିତ୍ସାଲାଗି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related posts

ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ

mahabharatanews

ଭାରତୀୟ ସେନାଙ୍କ ଦ୍ୱାରା ୨ ପାକ୍ ସୈନିକ ନିହତ

mahabharatanews

ମାଲ୍ୟାଙ୍କ ସମ୍ପତ୍ତି ବିକି ଋଣ ସଂଗ୍ରହ ପାଇଁ ମିଳିଲା ଅନୁମତି

mahabharatanews