Uncategorized

ଦେଶର ୩୦୦ ବରିଷ୍ଠ ବ୍ୟକ୍ତିବିଶେଷ ପେଗାସସ୍ ଶିକାର

ନୂଆଦିଲ୍ଲୀ: ସ୍ପାଇୱେୟାର ପେଗାସସ୍ ହ୍ୟାକ୍ର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ନାଁ ସାର୍ବଜନୀନ ହୋଇଛି। ରବିବାର ରାତିରେ ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଭାରତ ସରକାର ଇସ୍ରାଏଲ୍ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍କୁ ବ୍ୟବହାର କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ରହିଛନ୍ତି । ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ ପେଗାସସ୍କୁ ସ୍ପାଇୱେୟାରକୁ ଭାରତ ସରକାର ବ୍ୟବହାର କରୁଥିବା ଗୋଟିଏ ଜାତୀୟ ନ୍ୟୁଜ ୱେବସାଇଟ ଖବର ପ୍ରକାଶ କରିଥିଲା। ଏବେ ହ୍ୟାକର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାଁ ଏନଡିଟିଭି ପ୍ରକାଶ କରିଛି ।
ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର, ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ପୂର୍ବତନ ନିର୍ବାଚନ କମିଶନ ଅଶୋକ ଲାଭସା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପୂର୍ବତନ ଏସଓଡିଙ୍କ ନାଁ ରହିଛି।
ସୂଚନାଯୋଗ୍ୟ, ସରକାରଙ୍କ ଗୁପ୍ତ ନଜରରେ ଭାରତର ଦୁଇ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି, ୪୦ରୁ ଅଧିକ ସାମ୍ବାଦିକ ରହିଛନ୍ତି । ଙ୍କ ବିରୋଧରେ ପେଗାସସ୍ ଜରିଆରେ ଗୁଇନ୍ଦାଗିରି କରାଯାଉଛି। ଫୋନ୍ ତଥ୍ୟ ଖୋଳତାଡ କରିବାରେ ପେଗାସସ୍ ମହାରଥ ହାସଲ କରିଛି। ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ।

 

Related posts

କେରଳ ସରକାରର ଯ।ଚିକାକୁ ହାଇକୋର୍ଟ ପଠାଇଲେ ସୁପ୍ରିମକୋର୍ଟ

mahabharatanews

କେଜରିୱାଲ ସରକାର ଏକ କାଳୀନ: ଚାକୋ

mahabharatanews

ଇନ୍ଦୋର: କାଶୀ ମହାକାଳ ଏକ୍ସପ୍ରେସ ସେବା ଶୁଭାରମ୍ଭ

mahabharatanews