Uncategorized

ତାଣ୍ଡବ ରଚିଲା ତୋଫାନ୍

ତାଣ୍ଡବ ରଚିଲା ତୋଫାନ । ଭିଏତନାମରେ ପର୍ଯ୍ୟଟକମାନେ ବୋଟରେ ବୁଲୁଥିବା ସମୟରେ, ହଠାତ୍ ଏକ ଝଡ଼ ଆସିଥିଲା । ଫଳରେ ପର୍ଯ୍ୟଟକ ବସିଥିବା ଏକ ବୋଟ୍ ଟି ଓଲଟି ପଡ଼ିଥିଲା । ୱଣ୍ଡର-ସି ନାମକ ଏହି ବୋଟରେ, ୪୮ ଜଣ ଯାତ୍ରୀ ଓ ପାଞ୍ଚ ଜଣ କ୍ରୁ ସଦସ୍ୟ ରହିଥିଲେ । ଏବଂ ହା-ଲଙ୍ଗ ବେ ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ବୋଟଟି ଦୁର୍ଘଟଣାର ଶିକାର ହେବାରୁ ଏବେ ୩୪ ଜଣଙ୍କ ଜୀବନ ଯାଇଛି ।

ରିପୋର୍ଟ ଅନୁଯାୟୀ, ଡଙ୍ଗା ବୁଡ଼ି ଯାଇଥିବା ସ୍ଥାନରୁ ଉଦ୍ଧାରକାରୀମାନେ ୧୧ ଜଣଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ ବାଳକ ମଧ୍ୟ ରହିଛି ।  ଡଙ୍ଗାରେ ଫସି ରହିବାର ପ୍ରାୟ ଚାରି ଘଣ୍ଟା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ରାଜଧାନୀ ହାନୋଇରୁ ଆସିଥିବା ପର୍ଯ୍ୟଟକ ଥିଲେ ।  ସେମାନଙ୍କ ମଧ୍ୟରେ ୨୦ ଜଣ ପିଲା ରହିଥିଲେ।  ଘଟଣାସ୍ଥଳରୁ ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

 

Related posts

ଡିସେମ୍ବର ୩୧ରେ ଅବସର ନେବେ ଅଭୟ

mahabharatanews

ଆମେରିକୀୟ ନୌସେନାର ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ

mahabharatanews

ସାହିନବାଗ ପ୍ରଦର୍ଶନ ହଟାଇବାକୁ ସୁପ୍ରିମ କୋର୍ଟରେ ଯାଚିକା

mahabharatanews