ଓଡିଶା

ଉଦ୍ଧାର ହେଲା ୩ ବିରାଟକାୟ ମାଛ

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ପୁଣି ଜାଲରେ ଫସିଲେ ବିରାଟକାୟ୍ୱ ମାଛ । ବଙ୍ଗୋପସାଗର ଜଳରାଶି ମଧ୍ୟରୁ ଏହି ମାଛ ମିଳିଛି । ଗୋଟିଏ ମାଛର ଓଜନ ପ୍ରାୟ ଦେଢ଼ କୁଇଣ୍ଟାଲ ଏବଂ ଆଉ ୨ଟି ମାଛ ୬୦କିଲୋ ବୋଲି ସୂଚନା ମିଳିଛି । ଟାପା ଡଙ୍ଗା ନେଇ ସେମାନେ ମାଛମାରିବାକୁ ଯାଇଥିବା ବେଳେ ଏହି ମାଛଗୁଡ଼ିକ ହଠାତ୍‌ ସେମାନଙ୍କ ଜାଲରେ ପଡ଼ିଯାଇଥିଲେ। ମତ୍ସ୍ୟଜୀବୀମାନେ ଆଜି ସକାଳୁ ଆସି ବାଲିପ୍ଲଟ୍‌ ବୋଲି କୁହାଯାଉଥିବା ମାଛ ବିକ୍ରୟସ୍ଥଳରେ ପହଞ୍ଚିବା ପରେ ବିରାଟକାୟ ମାଛଗୁଡ଼ିକୁ ଦେଖିବାକୁ ପ୍ରବଳ ଜନଗହଳି ହୋଇଥିଲା। କେରଳରେ ଏହାର ଚାହିଦା ରହିଛି। ସେଠାକାର ଲୋକେ ପାଣିକୁଆ ମାଛ ଖାଆନ୍ତି ଏବଂ ଏହାର ଔଷଧୀୟ ଗୁଣ ଅଛି ବୋଲି କହନ୍ତି। ଧରାପଡ଼ିଥିବା ତିନିଟି ପାଣିକୁଆ ମାଛକୁ ସମ୍ପୃକ୍ତ ବ୍ୟବସାୟୀମାନେ ବାହାର ରାଜ୍ୟକୁ ରପ୍ତାନି କରିବେ ବୋଲି କହୁଛନ୍ତି।

Related posts

ଶିମିଳିପାଳରେ ୬ଟି ଟାୱାରରେ ଲଗା ଯାଇଛି AI କ୍ୟାମେରା

mahabharatanews

୩୦-୩୦-୪୦ ଫର୍ମୁଲାରେ ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ

mahabharatanews

ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ

mahabharatanews