ଭାରତ

ଫେରିଲେ ୭୯୮ ଭାରତୀୟ

(ଦିଲ୍ଲୀ) : ରୋମାନିୟା ରାଜଧାନୀ ବୁଖାରେଷ୍ଟ, ହଙ୍ଗେରି ସ୍ଥିତ ବୁଡାପୋଷ୍ଟ ଓ ପୋଲିସ ସହର ରେଞ୍ଜଞ୍ଜୋରୁ ୭୯୮ ଭାରତୀୟଙ୍କୁ ନେଇ ବାୟୁସେନାର ୪ ଟି ବିମାନ ଆଜି ସକାଳେ ହିନ୍ଦନ ବିମାନବନ୍ଦରରେ ଅବତରଣ କରିଛି। ଏନେଇ ଭାରତୀୟ ବାୟୁସେନା ସୂଚନା ଦେଇଛି। ଭାରତୀୟ ବାୟୁସେନା “ବୁଖାରେଷ୍ଟରୁ ଭାରତୀୟ ବାୟୁସେନା C-17ର ଚତୁର୍ଥ ବିମାନ ସକାଳ ୮ଟା ୧୫ ସମୟରେ ୧୮୦ ଜଣ ଭାରତୀୟଙ୍କୁ ନେଇ ଗାଜିୟାବାଦର ହିନ୍ଦନ ବିମାନବନ୍ଦରରେ ପହଞ୍ଚିଥିଲା। ଏମାନଙ୍କ ମଧ୍ୟରେ ଅଧିକ ଛାତ୍ର ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ବୁଖାରେଷ୍ଟରୁ ୨୦୦ ଭାରତୀୟଙ୍କୁ ନେଇ ପ୍ରଥମେ ୧ଟା ୩୦ ସମୟରେ ପ୍ରଥମ ବିମାନ ଉଡ଼ାଣ ଭରିଥିଲା। ଏହାପରେ ଗୁରୁବାର ସକାଳେ ବୁଡାପୋଷ୍ଟରୁ ଦ୍ୱିତୀୟ ବିମାନ ୨୦୧୦ ଭାରତୀୟଙ୍କୁ ନେଇ ଉଡ଼ାଣ ଭରିଥିଲା। ଏହାର କିଛି ସମୟ ପରେ, IAF ର ତୃତୀୟ ଉଡ଼ାଣ ୨୦୮ ଜଣ ଭାରତୀୟଙ୍କୁ ନେଇ ରେଞ୍ଜଞ୍ଜୋରୁ ଉଡ଼ାଣ ଭରିଥିଲା।

 

Related posts

ଚର୍ଚାରେ ରୁଷୀୟ ଗୁପ୍ତଚର ତିମି

mahabharatanews

ଜ୍ୟାକଲିନଙ୍କୁ କାହିଁକି ଗିରଫ କଲନି : ଇଡିକୁ ଅଦାଲତର ପ୍ରଶ୍ନ

mahabharatanews

୧୭ ଦିନରେ ରେସ୍କ୍ୟୁ ଅପରେସନ; ଆଉ ମାତ୍ର ୫ ମିଟର 

mahabharatanews