ଓଡିଶା

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଭୂକମ୍ପ ଝଟକା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ନବରଙ୍ଗପୁର ଜିଲ୍ଲା ସ୍ଥିତ ଝରିଗାଁ ଓ ଚନ୍ଦାହାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସେଲରେ ୩.୫ ଥିବା ଜଣାପଡ଼ିଛି। ଭୂପୃଷ୍ଠର ୯ କିଲୋମିଟର ଗଭୀରରେ ୧୯.୬୦ ଅକ୍ଷାଂଶ ଓ ୮୨.୭୦ ଦ୍ରାଘିମାରେ ଏହି ଭୁମିକମ୍ପ ୬ରୁ ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିବା କୁହାଯାଉଛି। ପାଖାପାଖି ୧୪ଟି ପଞ୍ଚାୟତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନରେ ଚନ୍ଦାହାଣ୍ଡିରେ ଏକ ପ୍ରଚଣ୍ଡ ଶବ୍ଦ ହେବା ସହ ଘର ଥରିବାକୁ ଲାଗିଥିଲା। ତେବେ ଏହା ଅଳ୍ପ କିଛି ମାତ୍ର ସେକେଣ୍ଡ ପାଇଁ ଏପରି ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

Related posts

ରାଜ୍ୟହେବ ମଦମୁକ୍ତ, ନିଆଯିବ ପଦକ୍ଷେପ

mahabharatanews

ଆଜି ଓଡିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡ଼୍‌ଗେ

mahabharatanews

ଗୌତମ ଆଦାନୀଙ୍କୁ ବଡ ଝଟକା

mahabharatanews