Uncategorized

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗ୍ରେଟର ନୋଏଡ଼ା ସ୍ଥିତ ଯମୁନା ଏକ୍ସପ୍ରେସ୍‌ଓ୍ୱରେ ଏହି ଦୁର୍ଘଟଣା ଘଟିଛି । ଶନିବାର ଦିନ ଯମୁନା ଏକ୍ସପ୍ରେସରେ ଏହି ଦୁର୍ଘଟଣା ହୋଇଛି । ଏକ ବସକୁ ଦ୍ରୁତ ବେଗରେ ଆସି ଏକ ଇନୋଭା ଧକ୍କା ଦେବାରୁ ଇନୋଭାରେ ଥିବା ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।
ଏକ ବିବାହ ଭୋଜିରୁ ୫ ଜଣ ଇନୋଭାରେ ଫେରୁଥିବା ବେଳେ ଯମୁନା ଏକ୍ସପ୍ରେସ୍‌ଓ୍ୱେରେ ଏକ ବସ୍‌ ସହ ଧକ୍କା ହୋଇଛି । କାରର ବେଗ ଅଧିକ ଥିବାରୁ କାର କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛି । କୁ ଇନୋଭା କାର୍‌ ଜୋରଦାର ଧକ୍କା ଦେଇଥିଲା । ଯାହାପରେ ଇନୋଭା କର୍‌ଟି ପୁରା କ୍ଷତିଗ୍ରସ୍ତ ହୋଇଯାଇଛି । କାରର ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

SR

Related posts

 ଅନୁପ୍ରବେଶ ଉଦ୍ୟମ ବେଳେ ୩ଜଣ ଆତଙ୍କବାଦୀ ନିହତ

mahabharatanews

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାକୁ ହତ୍ୟା ରୂପ ଦେଇଥିଲେ କିଛି ରାଜନେତା ଓ ପତ୍ରକାର : ଅଧ୍ୟୟନ

mahabharatanews

ଶାନ୍ତି ବଜାୟ ରଖିବାରେ ବିଶ୍ୱରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇରାନ ରାଷ୍ଟ୍ରଦୂତ

mahabharatanews