ଭୁବନେଶ୍ବର: ଚୀନ ସୀମାନ୍ତ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଦେଶର ୨୦ ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଉକ୍ରଳ ଜନନୀର ଦୁଇ ବୀର ପୁତ୍ର ମଧ୍ୟ ସାମିଲ ଅଛନ୍ତି । କନ୍ଧମାଳ ଜିଲ୍ଲାରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରରୁ ନନ୍ଦୁରାମ ସୋରେନ ଦେଶ ମାତୃକାର ସେବାରେ ପ୍ରାଣବଳୀ ଦେଇଛନ୍ତି । ଏହି ମହାନ ଦୁଇ ଆତ୍ମାଙ୍କ ବଳିଦାନ ଅତୁଳନୀୟ । ତେବେ ସେମାନଙ୍କ ବଳିଦାନ ପ୍ରତିବଦଳରେ କନ୍ଧମାନ ସାଂସଦ ତଥା କିଟ ଓ କିସ୍ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ପିଲାମାନଙ୍କ ପାଠ ପଢାର ସମସ୍ତ ଦାୟିତ୍ୱ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି । ଏଥିନେଇ ସେ ଗଣମାଧ୍ୟମ ଜରିଆରେ ନିଜ ଇଛା ପ୍ରକାଶ ପୂର୍ବକ ସହିଦଙ୍କ ପରିବାର ଚାହିଁଲେ ସେମାନଙ୍କ ପିଲାଙ୍କୁ କିଟ ତଥା କିସ ଅନୁଷ୍ଠାନରେ ପଢାବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ଦୁଇ ବୀର ଯବାନଙ୍କ ମର ଶରୀର ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱର ସାଂସଦ, ବାଲେଶ୍ୱର ସାଂସଦ ପ୍ରମୁଖ ବିମାନ ବନ୍ଦରରେ ଦୁଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ମଧ୍ୟ ସାମିଲ ଥିଲେ । ସେ ଗଣମାଧ୍ୟମକୁ ବାଇଟ ଦେବା ଅବସରରେ ନିଜ ଇଛା ପ୍ରକାଶ କରିଛନ୍ତି ।
previous post
next post