ଦୁର୍ଘଟଣାଦେଶ ବିଦେଶ

ସାଉଦି ଆରବରେ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁ ଜୀବନ୍ତ ଜଳିଗଲେ

ସୋମବାର ସାଉଦି ଆରବରେ ଏକ ବଡ ବସ ଦୁର୍ଘଟଣା ଘଟିଛି । ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମକ୍କାରୁ ବସ୍‌ଟି ମଦିନା ଅଭିମୁଖେ ଯାଉଥିବାବେଳେ ବଡ଼ ଅଘଟଣ ଘଟିଛି । ମୁଫାରିହାଟ ନିକଟରେ ବସଟି ଏକ ତେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ବସଟି ଜଳିଯାଇଥିଲା । ମୃତକଙ୍କ ମଧ୍ୟରେ ୨୦ ଜଣ ମହିଳାଙ୍କ ସମେତ ୧୧ ଜଣ ଶିଶୁ ରହିଛନ୍ତି । ସମସ୍ତ ମୃତକ ହାଇଦ୍ରାବାଦର ସହରର ବାସିନ୍ଦା ବୋଲି ସୂଚନା ମିଳିଥିବା ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ । ଅଘଟଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ବିଷୟରେ ସବିଶେଷ ତଥ୍ୟ ନେବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ପ୍ରତ୍ୟେକ ଯାତ୍ରୀଙ୍କୁ ୧୦ ହଜାର କ୍ଷତିପୂରଣ ଦେଉଛି ଇଣ୍ଡିଗୋ

mahabharatanews

ଶାହାଙ୍କ ମନ୍ତବ୍ୟରେ ମମତାଙ୍କ କଡା ଜବାବ୍…

mahabharatanews

ସାପ କାମୁଡାରେ ବାପା ମୃତ, ପୁ୍ଅ ଗୁରୁତର

mahabharatanews