ଦୁର୍ଘଟଣାଦେଶ ବିଦେଶ

ସାଉଦି ଆରବରେ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁ ଜୀବନ୍ତ ଜଳିଗଲେ

ସୋମବାର ସାଉଦି ଆରବରେ ଏକ ବଡ ବସ ଦୁର୍ଘଟଣା ଘଟିଛି । ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମକ୍କାରୁ ବସ୍‌ଟି ମଦିନା ଅଭିମୁଖେ ଯାଉଥିବାବେଳେ ବଡ଼ ଅଘଟଣ ଘଟିଛି । ମୁଫାରିହାଟ ନିକଟରେ ବସଟି ଏକ ତେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ବସଟି ଜଳିଯାଇଥିଲା । ମୃତକଙ୍କ ମଧ୍ୟରେ ୨୦ ଜଣ ମହିଳାଙ୍କ ସମେତ ୧୧ ଜଣ ଶିଶୁ ରହିଛନ୍ତି । ସମସ୍ତ ମୃତକ ହାଇଦ୍ରାବାଦର ସହରର ବାସିନ୍ଦା ବୋଲି ସୂଚନା ମିଳିଥିବା ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ । ଅଘଟଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ବିଷୟରେ ସବିଶେଷ ତଥ୍ୟ ନେବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ଆଯୋଧ୍ୟାର ସାଂସଦଙ୍କୁ କରାଗଲାନି ନିମନ୍ତ୍ରଣ, ସୋସିଆଲ ମିଡିଆରେ ଝାଡିଲେ କ୍ଷୋଭ

mahabharatanews

ନିର୍ଦ୍ଧାରିତ ସମୟରୁ ଉଡାଣ ବିଳମ୍ବିତ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ଦେବ ଇଣ୍ଡିଗୋ

mahabharatanews

ମୋଦି ଏବଂ ମୋର ବହୁତ ଭଲ ସମ୍ପର୍କ ଅଛି, କିନ୍ତୁ ସେ ମୋ ଉପରେ ଖୁସି ନୁହଁନ୍ତି-ଡୋନାଲ୍ଡ ଟ୍ରମ୍ପ

mahabharatanews