ଭୁବନେଶ୍ବର: ରାଜ୍ୟ ସରକାର କହୁଛନ୍ତି, ରାଜ୍ୟରେ ସଂକ୍ରମଣ କମୁଛି । କିନ୍ତୁ ଆଜି ମଧ୍ୟ ୪ହଜାର ଉପରକୁ ବାହାରିଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି କି, ଗତ ୨୪ ଘଣ୍ଟାରେ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫୪୫୨ ରେ ପହଞ୍ଚିଛି । ଏନେଇ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨୯ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୮୨୭ ରହିଛନ୍ତି । ରାଜ୍ୟରେ ୧୫୬୫୪୩୨ ଜଣ ସୁସ୍ଥ ହୋଇଥିବାବେଳେ ୩୯୧୮୪ ଆକ୍ଟିଭ ମାମଲା ରହିଛି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୦୨ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୧୯୭, ବାଲେଶ୍ୱରରୁ ୧୯୪, ବରଗଡ଼ ୧୦୬, ଭଦ୍ରକ ୧୨୪, ବଲାଙ୍ଗୀର ୭୬,ବୌଦ୍ଧ ୪୯, କଟକ ୪୦୯, ଦେଓଗଡ଼ ୧୪, ଢେଙ୍କାନାଳ ୮୪, ଗଜପତି ୨୦, ଗଞ୍ଜାମ ୬୨, ଜଗତସିଂହପୁର ୧୭୧, ଯାଜପୁର ୧୩୬, ଝାରସୁଗୁଡ଼ା ୧୨୦, କଳହାଣ୍ଡି ୭୧, କନ୍ଧମାଳ୯୧, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୫୫, କୋରାପୁଟ ୮୨, ମାଲକାନଗିରି ୨୮, ମୟୁରଭଞ୍ଜ ୧୫୩, ନବରଙ୍ଗପୁର ୫୮, ନୟାଗଡ଼ ୫୧, ନୂଆପଡ଼ା ୧୭୩, ପୁରୀ ୧୬୮, ରାୟଗଡ଼ା ୧୨୧, ସମ୍ବଲପୁର ୮୧, ସୋନପୁର ୧୪, ସୁନ୍ଦରଗଡ଼୧୦୧ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।