Uncategorized

ନମୁନା ପରୀକ୍ଷାରେ ବିଫଳ ହେଲା ୪୮ମେଡିସିନ

ସାମ୍ପଲ ଟେଷ୍ଟ ସମୟରେ ବିଫଳ ହେଲା ୪୮ ମେଡିସିନ । ଏହା ମଧ୍ୟରେ ହୃଦରୋଗ ସମ୍ବନ୍ଧିତ ମେଡିସିନ ଥିବା ବେଳେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରୁଥିବା ମେଡିସିନ ବି ରହିଛି। କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(ଉଊଝଉଙ)ର ଏକ ରିପୋର୍ଟରେ ଏହା ପ୍ରକାସ ପାଇଛି । ଗତ ମାସରେ ସମୁଦାୟ ୧୪୯୭ ମେଡିସିନର ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ସେଥି ମଧ୍ୟରୁ ୪୮ ମେଡିସିନ ଏହି ଟେଷ୍ଟ ପାସ୍ କରି ପାରି ନ ଥିଲେ। କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ଯାଞ୍ଚ ଅନୁଯାୟୀ, ଏହି ୪୮ ମେଡିସିନ ମଧ୍ୟରୁ ଉତ୍ତରାଖଣ୍ଡରେ ପ୍ରସ୍ତୁତ ୧୪ ମେଡିସିନ, ହିମାଚଳ ପ୍ରଦେଶର ୧୩ ମେଡିସିନ, କର୍ଣ୍ଣାଟକର ୪ ମେଡିସିନି, ମହାରାଷ୍ଟ ଓ ଦିଲ୍ଲୀର ୨ଟି ଲେଖା ମେଡିସିନ, ଗୁଜରାଟ, ମଧ୍ୟପ୍ରଦେଶ, ସିକିମ, ଜମ୍ମୁ, କଶ୍ମୀର, ପୁଡ଼ୁଚେରୀର ଗୋଟିଏ ଲେଖା ମେଡିସିନ ନାଁ ସାମିଲ ଅଛି। ସିଡିଏସସିଓ ରିପୋର୍ଟ ଅନୁଯାୟୀ, ଏହି ମେଡିସିନଗୁଡ଼ିକ ମଧ୍ୟରେ ଲାଇକୋପିନ୍ ମିନେରାଲ୍ ସିରପ୍ ଭଳି ମେଡିସିନ ବି ସାମିଲ ଅଛି। ଯାହାକୁ ଲୋକମାନେ ଉଚ୍ଚ ରକ୍ତଚାପ, ହାଇ କୋଲେଷ୍ଟରଲ, କ୍ୟାନସର ପରି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ ସେବନ କରିଥାନ୍ତି। ଏହାବାଦ ଭିଟାମିନ୍ ସି ଇଞ୍ଜେକ୍ସନ୍, ଫୋଲିକ୍ ଏସିଡ୍ ଇଞ୍ଜେକ୍ସନ୍, ଆଲବେଣ୍ଡଜୋଲ୍ କୌଶିକ୍ ଡୋକ୍ -୫୦୦, ନିକୋଟିନାମାଇଡ୍ ଇଞ୍ଜେକ୍ସନ୍, ଅଲସିଫ୍ଲୋକ୍ସ ଆଦି ମେଡିସିନ ବି ରହିଛି। ସାମ୍ପଲ ଟେଷ୍ଟରେ ବିଫଳ ହୋଇଥିବା ଫାର୍ମା କମ୍ପାନୀଙ୍କୁ ନୋଟିସ ଜାରି କରି ଏନେଇ ସ୍ପଷ୍ଟୀକରଣ ମଗାଯାଇଛି। ଟେଷ୍ଟରେ ବିଫଳ ହୋଇଥିବା ମେଡିସିନଗୁଡ଼ିକୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରି ନେବାକୁ ଆଦେଶ ଦିଆଯାଇଛି। ଏଥିସହ ଉକ୍ତ ଫାର୍ମା କମ୍ପାନୀଗୁଡିକର ଯାଞ୍ଚ ପାଇଁ ସମସ୍ତ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସିଡିଏସସିଓ ଦ୍ୱାରା କିଛି ମାସ ଅନ୍ତରରେ ବିଭିନ୍ନ ଫାର୍ମା କମ୍ପାନୀର ମେଡିସିନମାନଙ୍କର ସାମ୍ପଲ ଟେଷ୍ଟ କରାଯାଇଥାଏ।

Related posts

ଆଇଏନଏସ ବିକ୍ରମାଦିତ୍ୟ ଉପରେ ଏଲସିଏ ନେଭିର ସଫଳ ଅବତରଣ

mahabharatanews

ଗଞ୍ଜାମରୁ ୩୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ମଧ୍ୟପ୍ରଦେଶ- ମହାରାଷ୍ଟ୍ର ସୀମାନ୍ତରେ ପ୍ରବାସୀ ଶ୍ରମିକଙ୍କ ତାଣ୍ଡବ

mahabharatanews