ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ ହୋଇଛି । ସେମାନଙ୍କ ମଧ୍ୟରୁ ୫୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ପୁରୁଷ ଞ ଜଣେ ମହିଳା ଅଛନ୍ତି। ସେହିପରି ୩ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଲୋକ ଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛିୟ
ଜଣେ ପୁରୁଷ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର ଓ ସେ କିଛିଦିନ ତଳେ ନୂଆଦିଲ୍ଲୀରୁ ଫେରିଥିଲେ। ତାଙ୍କର ବୟସ ୩୬ ବର୍ଷ । ସେହିପରି ଅନ୍ୟ ଜଣେ ୨୨ବର୍ଷୀୟ ପୁରୁଷ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା। ସେ ଜୟଦେବ ବିହାର ନିରଙ୍କାରୀ ନଗର ବାସିନ୍ଦା। ଡୁମଡୁମା ହାଉସିଂ ବୋର୍ଡ କଲୋନିରୁ ଚିହ୍ନଟ ପୁରୁଷ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିଭଳି ଅନ୍ୟ ଜଣେ ଆକ୍ରାନ୍ତ ହୋଉଛନ୍ତି ୨୪ ବର୍ଷୀୟ ପୁରୁଷ। ସେ ଭୁବନେଶ୍ୱରସ୍ଥିତ ଏମ୍ସର କର୍ମଚାରୀ । ସେ ଗତ ୧୫ ତାରିଖରେ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ଆଜି ଚିହ୍ନଟ ଏକମାତ୍ର ମହିଳା ପଟିଆ ଅଞ୍ଚଳରେ ବସବାସ କରନ୍ତି। ପୂର୍ବରୁ ଚିହ୍ନଟ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
previous post
next post