ଓଡିଶା

ବଦଳିବ ବାଣପୁର ଭଗବତୀ ମନ୍ଦିରର ରୂପରେଖ ; ବାଣପୁର ଗସ୍ତରେ ୫ଟି ସଚିବ

ବାଣପୁର : ବାଣପୁର ଗସ୍ତରେ ୫ଟି ସଚିବ ଭି. କେ ପାଣ୍ଡିଆନ। ବଦଳିବ ବାଣପୁର ଭଗବତୀ ମନ୍ଦିରର ରୂପରେଖ । ଏଥିସହ ଉଗ୍ରତାରା ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି ୫ଟି ସଚିବ | ସାରା ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରି ତାକୁ ନୂତନ ରୂପରେଖ ଦେଉଥିବା ବେଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରସ୍ଥିତ ମା’ ଭଗବତୀ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ । ଏଥି ପାଇଁ ମେଗା ଯୋଜନା ଘୋଷଣା କରିବାକୁ ୫ଟି ସଚିବନିର୍ଦ୍ଦେଶ ଦେଇଛନ୍ତି।

ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପାର୍କିଂ ବ୍ୟବସ୍ଥା, ପାଚେରୀ, ଭୋଜନାଳୟର ଉନ୍ନତି କରଣ ହେବ। ଦୋଳବେଦୀ ଛକରୁ ମନ୍ଦିର ଯାଏ ରାସ୍ତାର ପ୍ରଶସ୍ତିକରଣ ହେବା ସହ ଜବରଦଖଲ ଉଚ୍ଛେଦ କରାଯିବ । ଏନେଇ ଖୁବଶୀଘ୍ର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ। ଏହା ସହ ବାଣପୁର ସହରର ଉନ୍ନତି ପାଇଁ ବାଣପୁର ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ । ଖୁବଶୀଘ୍ର ବାଣପୁରର ଭଗବତୀ ମନ୍ଦିରର ସହ ବାଣପୁର ସହରର ରୂପରେଖ ବଦଳାଇବାକୁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।

Related posts

ଅଗଷ୍ଟ ୨୧ରୁ +୨ ନାମ ଲେଖା ପାଇଁ ଆବେଦନ ଆରମ୍ଭ

mahabharatanews

ଏମ୍.ସି.ଏଲ କର୍ମଚାରୀ ବୁଡିଯିବା ଘଟଣା; ଉଦ୍ଧାର ହେଲା ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ

mahabharatanews

ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଭିନ୍ନ ପ୍ରୟାସ “ ଶିଶୁଟିଏକୁ ଗଛଟିଏ “

mahabharatanews