ଭାରତ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୦୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଏହାରି ମଧ୍ୟରେ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୦୭ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣେ ମୃତ୍ୟୁ ହୋଇଥିବା ନେଇ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୦୦୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୯,୦୨୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ଜଣେ ମୃତକଙ୍କୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୧,୭୩୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୮୧୮ଜଣ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୦୬,୨୨୮। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୧୦୫୮।

Related posts

ଶପଥ ସମୟରେ ଫିଲିସ୍ତିନ ନାରା ଦେଇ ଫସିଲେ ଅସଦୁଦ୍ଦିନ ଓୱେସୀ

mahabharatanews

 ଅଜିତ ପାୱରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

mahabharatanews

ଗୁଜୁରାଟ ପରେ କର୍ଣ୍ଣାଟକର ସ୍କୁଲ ପାଠ୍ୟକ୍ରମରେ ସାମିଲ ହୋଇପାରେ ଭଗବତ ଗୀତା

mahabharatanews