Uncategorized

ମହାରାଷ୍ଟ୍ର କୋଭିଡ ହସ୍ପିଟାଲରେ ନିଆଁ: ୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ପଟେ କୋଭିଡ ସଂକ୍ରମଣ ବଢିଚାଲିବାକୁ ନେଇ ସମସ୍ୟା ଦେଖା ଦେଉଥିବା ବେଳେ ଗତକାଲି ରାତିରେ ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଛି । ମହାରାଷ୍ଟ୍ରର ଭନଦୁପସ୍ଥିତ ଡ୍ରିମ୍ସ ମଲ ଭିତରେ ଥିବା ସନରାଇଜ କୋଭିଡ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି  ୬ ମୃତ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି କୋଭିଡ ହସ୍ପିଟାଲରେ ୭୬ ଜଣ ରୋ ଗୀ ଚିକିତ୍ସିତ ହେଉଥିଲେ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଅଗ୍ନିକାଣ୍ଡକୁ ନେଇ ମୁମ୍ବାଇ ମେୟର କହିଛନ୍ତି, ରାତିରେ ସନରାଇଜ ହସ୍ପିଟାଲର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଭୟଙ୍କର ଥିବାରୁ ନିଆଁ ଲିଭା କାମରେ ୨୩ ଦମକଳ ବାହିନୀ ନିୟୋଜିତ ହୋଇଛି । ତେବେ ମଲ ଭିତରେ ହସ୍ପିଟାଲ ଥିବା ଘଟଣା ମୁଁ ପ୍ରଥମଥର ଦେଖୁଛି ।ଏହି ନିଆଁରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପୋରଟିସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ହସ୍ପିଟାଲରେ କିପରି ନିଆଁ ଲାଗିଲା ତାହା ଜଣାପଡି ନାହିଁ ।

Related posts

ସିଏଏକୁ ନେଇ ବିଜେପି ଅଟଳ: ଶାହା

mahabharatanews

ଶିବାଙ୍ଗୀଙ୍କ ମ୍ୟୁଜିକ ଭିଡ଼ିଓ ରିଲିଜ

mahabharatanews

ନୌସେନା ଦିବସ ପାଳିତ

mahabharatanews