ଓଡିଶା

ସ୍କ୍ରବ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୩୬୧କୁ ବୃଦ୍ଧି 

(ଭୁବନେଶ୍ୱର)  : ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ ଟାଇଫସ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୬ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୬୧ରେ ପହଞ୍ଚିଲା। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ଗତ ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୩୬୧ ଜଣ ସ୍କ୍ରବ୍‌ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

Related posts

ପୁଲିସ ସୁରକ୍ଷା ମଧ୍ୟରେ ହଜିଗଲା ମାସ୍କ, ସାମାଜିକ ଦୂରତ୍ୱ

mahabharatanews

୨୪ ଘଣ୍ଟାରେ ଲଘୁଚାପ, ୧୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଧାରଣା

mahabharatanews