ଅପରାଧ

କୋଭିଡ-୧୯ ସଂକ୍ରମଣ ଭୟରେ ବୃଦ୍ଧଙ୍କ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ବିଡ ଜିଲ୍ଲାରେ ଜଣେ ୬୫ ବର୍ଷୀୟ ବୃଦ୍ଧି କୋଭିଡ-୧୯ ସଂକ୍ରମଣ ଭୟରେ ଆତ୍ମହତ୍ୟା କରିଥିବା ଆଜି ପୁଲିସ ସୂଚନା ଦେଇଛି । ପାଟୋଡାରେ ଜଣେ ବ୍ୟକ୍ତି ଏକ ଗଛରେ ଜଣେ ବୃଦ୍ଧଙ୍କ ଝୁଲନ୍ତା ଶବ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମୃତଦେହକୁ ଗଛରୁ ତଳକୁ ଓହ୍ଲାଇଥିଲା । ମୃତଦେହରୁ ଏକ ସୁଇସାଇଡ ନୋଟ ମଧ୍ୟ ପୁଲିସ ଜବତ କରିଛି । ଏଥିରେ ଉଲ୍ଲେଖ ରହିଛି, କୋଭିଡ-୧୯ରେ ସଂକ୍ରମିତହେବା ଭୟରେ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି । ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ପୁଲିସ ଏହି ଘଟଣାରେ ଏକ ଆକସ୍ମିକ ମୃତ୍ୟୁ ରୁଜୁ କରି ତଦନ୍ତ ଚଳାଇଛି ।

Related posts

ନାବାଳିକାଙ୍କୁ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ

mahabharatanews

ଦାଦାକୁ ହାଣିଲା ପୁତୁରା

mahabharatanews

ସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews