ଅପରାଧଓଡିଶା

ଚିନ୍ତା ବଢ଼ାଇଛି ସାଇବର ଠକ , ଲୁଟିନେଲେଣି କୋଟିରୁ ଅଧିକ ଟଙ୍କା

ଭୁବନେଶ୍ବର  : କଲବଲ କଲେଣି ସାଇବର ଠକ । ୨୦୨୪ ଜାନୁୟାରୀ ୧୧ ତାରିଖ ସୁଦ୍ଧା ଦେଢ଼ କୋଟିରୁ ଅଧିକ ଟଙ୍କା ନେଇ ଗଲେଣି ସାଇବର ଠକ । ପୋଲିସର ଅଧିକ ଚିନ୍ତା ବଢ଼ାଇଛି ଟେଲିଗ୍ରାମ ଠକେଇ । ୧୧ଟି ମାମଲାରେ ଏହି ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି । ୨୦୨୩ ମସିହାରେ ରାଜଧାନୀରୁ ୩୦କୋଟି ଟଙ୍କା ନେଇ ଯାଇଛନ୍ତି ସାଇବର ଠକ । ୨୦୨୩ରେ ସାଇବର ଥାନାରେ ୫୩ଟି ମାମଲା ରୁଜୁ ହୋଇଛି । ୨୦୨୨ ଅପେକ୍ଷା ୨୦୨୩ରେ ୩ ଗୁଣା ସାଇବର ଠକେଇ ବୃଦ୍ଧି ପାଇଛି । ବିଶେଷ କରି ସିନିୟର ସିଟିଜେନ, ପାଠ ପଢୁଆ ଯୁବକ ଯୁବତୀ, ବଡ଼ବଡ଼ିଆ ଲୋକ ଠକେଇରେ ଶିକାର ହେଉଥିବା ଦେଖିବାକୁ ମିଳିଛି ।

Related posts

ଆରଟିଓ କାର୍ଯ୍ୟାଳୟ ନିକଟରୁ ୫ ଦଲାଲ ଗିରଫ

mahabharatanews

ନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ  ନିରକାରଣ ଦିବସ ପାଳନ 

mahabharatanews

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି

mahabharatanews