ରାଜନୀତି

ସିଦ୍ଧୁ ଆପରେ ସାମିଲ ହୋଇ ପାରନ୍ତି

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଆମ ଆଦମୀ ପାର୍ଟିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ହେଉଛି । ସେ ବର୍ତ୍ତମାନ କଂଗ୍ରେସରେ ଥିଲେ ମଧ୍ୟ କଂଗ୍ରେସ ଛାଡି ଆପରେ ସାମିଲ ହୋଇପାରନ୍ତି । ଏହି ଚର୍ଚ୍ଚା ସେତେବେଳେ ହେଲା, ଯେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଯଦି ସିଦ୍ଧୁ ତାଙ୍କ ଦଳରେ ସାମିଲ ହୁଅନ୍ତି ତାହେଲେ ସେ ହୃଦୟର ସହ ତାଙ୍କୁ ସ୍ୱାଗତ କରିବେ । କେଜ୍ରିୱାଲ କହିଛନ୍ତି, ବର୍ତ୍ତମାନ କରୋନା ସଙ୍କଟ ସମୟରେ ସେ ରାଜନୀତିକୁ ନେଇ କୌଣସି ପ୍ରତିକ୍ରିୟା ରଖି ପରିବେନାହିଁ । ସେ ବିସ୍ତୃତ ଭାବେ କିଛି କହିପାରିବେ ନାହିଁ । ତେବେ ଆପକୁ ବିକଳ୍ପ ଭାବେ ବାଛିବା ସିଦ୍ଧୁଙ୍କ ପାଇଁ ଏହା ପ୍ରଥମ ମାମଲା ନୁହେଁ । ୨୦୧୬ ମସିହାରେ ବିଜେପି ଛାଡିବା ପୂର୍ବରୁ ସିଦ୍ଧୁ ପଞ୍ଜାବ ଏବଂ ଦିଲ୍ଲୀର ଆପ ନେତାଙ୍କ ଠାରୁ ସେମାନଙ୍କ ଦଳରେ ଯୋଗଦେବାକୁ ନିମନ୍ତ୍ରଣ ପାଇଥିଲେ । କିନ୍ତୁ ସେ ଆପରେ ଯୋଗ ନଦେଇ କଂଗ୍ରେସରେ ସାମିଲ ହୋଇଥିଲେ ।

Related posts

ନୂଆପଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲ, ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

mahabharatanews

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

mahabharatanews

ବିଧାନସଭାରେ ବ୍ୟମୋକେଶଙ୍କ ଅଡିଓ ତାତି  

mahabharatanews