ଓଡିଶା

୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ

ଗୋଟିଏ ଦିନରେ ୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ । ତାହା ପୁଣି ମାତ୍ର ୭ଟି ଜିଲ୍ଲାରୁ । ନଭେମ୍ବର ୨୭ ତାରିଖରେ, କେନ୍ଦ୍ରୀୟ ରେଞ୍ଜ ପୋଲିସ, ୭ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନ ଗୁଡିକୁ ଜାଞ୍ଚ କରିଥିଲା । ମୋଟ ୧,୭୧୩ଟି ଯାନବାହନ ଯାଞ୍ଚ କରିଥିବା ବେଳେ, ସେମାନଙ୍କ ପାଖରୁ ୭,୬୩,୫୦୦ ଟଙ୍କା ଜରିମାନା ଆଦାୟ କରିଛି । ପୁରୀରୁ ୧ଲକ୍ଷ ୮ହଜାର ଆଦାୟ । କଟକରୁ ସର୍ବନିମ୍ନ ୧୨ ହଜାର ୫ଶହ । କେନ୍ଦ୍ରପଡାରୁ ୧୬ ହଜାର । ଖୋର୍ଦ୍ଦାରୁ ସର୍ବାଧିକ ୫ଲକ୍ଷ ୩୭ହଜାର ୫ଶହ । ନୟାଗଡରୁ ୫୩ହଜାର ୫ଶହ । ଯାଜପୁରରୁ ୨୧ହଜାର । ଏବଂ ଜଗତସିଂହପୁରରୁ ୧୫ହଜାର ଜୋରିମାନା ଆଦାୟ ହୋଇଛି ।

Related posts

ବକ୍ରପାଦ ଅସ୍ତ୍ରୋପଚାର ପାଇଁ ମାଲକାନାଗିରିରେ କ୍ୟାମ୍ପ

mahabharatanews

ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ ନବୀନଙ୍କ ନୀରବ ବାର୍ତ୍ତା

mahabharatanews

ଗତରାତିରେ ନିଆଁ ଲାଗି ୪ ଜଣ ଗୁରୁତର

mahabharatanews