ଓଡିଶା

ଆଜି ପୋଢୁଆଁ ହେବେ ମହାପ୍ରଭୁ 

(ପୁରୀ) : ଆଜି ପ୍ରଥମାଷ୍ଟମୀ । ରୀତିନୀତି ଅନୁସାରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ମାର୍ଗଶୀର ଅଷ୍ଟମୀ ତିଥିରେ ଶ୍ରୀଜଗନ୍ନାଥଙ୍କ ପୋଢୁଆଁ ହୁଅନ୍ତି । ଏ ନେଇ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସୋମବାର ସପ୍ତମୀ ତିଥିରେ ଠାକୁରଙ୍କ ମାମୁଁ ଘର ଶ୍ରୀମାଧବଙ୍କ ପୀଠରୁ ଶ୍ରୀଜଗନ୍ନାଥଙ୍କା ପାଇଁ ପୋଢୁଆଁ ଭାର ଆସିଛି । ଶ୍ରୀଜିଉଙ୍କ ପାଇଁ ପାଟବସ୍ତ୍ର ଓ ଅନ୍ୟାନ୍ୟ ପୋଢୁଆଁ ସାମଗ୍ରୀ ମଧ୍ୟ ରହିଛି ।

ସୂଚନାନୁଯାୟୀ ,  ୨୦ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ଶୋଭାଯାତ୍ରା ମାଧବରୁ ବାହାରି ଚନ୍ଦ୍ରମଉଳି, ଚାରିଛକ, ଗୋପ, ଗଣେଶ୍ବରପୁର, ନାଗପୁର, ଷୋଳପୁର, ମଦରଙ୍ଗ, ଛଇତନା, ବାଲିଘାଇ ଦେଇ ଅପରାହ୍ନ 2.30 ରେ ଗୁଣ୍ଡିଚା ମନ୍ଦିରରେ ପହଂଚିଛି  ।

Related posts

ପାରଳାଖମୁଣ୍ଡି ଏସବିଆଇ ମ୍ୟାନେଜର ସଂକ୍ରମିତ: ବ୍ୟାଙ୍କରେ ପଡିଳା ତାଲା

mahabharatanews

ଆସନ୍ତାକାଲି ପୁରୀରେ ପ୍ରଦର୍ଶିତ ହେବ ‘ଆହେ ନୀଳଶଇଳ’

mahabharatanews

ଯୌତୁକ ପାଇଁ ବଧୂହତ୍ୟା ଉଦ୍ୟମ

mahabharatanews