ଓଡିଶା

ଢେଙ୍କାନାଳରୁ ୭ କରୋନା ପଜିଟିଭ ଚିହ୍ନଟ

(ମୋନାଲିସା ମିଶ୍ର/ଢେଙ୍କାନାଳ):ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ବିଭିନ୍ନ ଜିଲ୍ାରୁ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଆକ୍ରାନ୍ତ ଢେଙ୍କାନାଳ ଜିଲ୍ଲାରୁ ରହିଥିବା ଜଣାପଡିଛି । ହିନ୍ଦୋଳ ବ୍ଲକରୁ ୪ ଜଣ ଓ ଭୁବନ ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟରର ବୋଲି ଜଣାଯାଇଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାବ ପରୀକ୍ଷା ପାଇଁ ଜୁନ ୨୨ ତାରିଖ ଦିନ ନମୁନା ସଂଗ୍ରହ କରାଯାଇଥିଲା । ପରେ ଜୁନ ୨୪ ତାରିଖ ସନ୍ଧ୍ୟାରେ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ତାଳଚେର କୋଭିଡ ଚିକିତ୍ସାଳୟ ଏବଂ ୩ ଜଣଙ୍କୁ ଢେଙ୍କାନାଳ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ସହ ସଂଘରୋଧ କେନ୍ଦ୍ର ଗୁଡିକୁ ବିଶୋଧନ କରାଯାଇଛି। ଯେହେତୁ ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ସେଥିପାଇଁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଏହାସହ ଘରୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

Related posts

ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ଆର୍ସେଲର-ମିତ୍ତଲ

mahabharatanews

ଆରମ୍ଭ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷା

mahabharatanews

ପୁଲିସ ସୁରକ୍ଷା ମଧ୍ୟରେ ହଜିଗଲା ମାସ୍କ, ସାମାଜିକ ଦୂରତ୍ୱ

mahabharatanews