Uncategorized

ଦୁଇ ବସ ଧକ୍କା, ୭ ମୃତ

ଆଗ୍ରା: ରବିବାର ବିଳମ୍ବିତ ରାତିରେ ଆଗ୍ରା ହାଇୱେରେ ୨ଟି ବସ ଧକ୍କା ହେବା ଫଳରେ ୭ ଜଣଙ୍କମୃତ୍ୟୁ ହୋଇଯାଇଛି। ୧୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏକ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବରଯାତ୍ରୀମାନେ ବିବାହରୁ ଏକ ବସ ଯୋଗେ ଚନ୍ଦୋସୀରୁ ବହଜୋଇ ଛପରା ଗାଁରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।
ଆଗ୍ରା ହାଇୱେର ମଝାବଲୀ ନିକଟରେ ଗୋଟିଏ ବସର ଟାୟାର ପମ୍ପଚର ହୋଇଯାଇଥିଲା। ଚାଳକ ଓ ସହାୟକ ଚାୟାର ଠିକ କରୁଥିବା ବେଳେ ପଛରୁ ଆସୁଥିବା ଏକ ବରଯାତ୍ରୀ ବସ ଧକ୍କା ଦେଇଥିଲା। ଲୋକଙ୍କ ଚିକ୍ରାର ଶୁଣି ନିକଟବର୍ତ୍ତୀ ଗାଁର ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ହିଁ ୭ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୧୦ ଆହତଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

କେରୋନା ଆତଙ୍କ: ଇଟାଲୀରେ ୨୪ ଘଣ୍ଟାରେ ୨୫୦ ମୃତ

mahabharatanews

ବ୍ରିଟେନରେ ଭାରତୀୟ ମହିଳାଙ୍କୁ ଆକ୍ରମଣ

mahabharatanews

ହାପିନେସ କ୍କାସରେ ଯୋଗ ଦେଲେ ମେଲାନିଆ

mahabharatanews

Leave a Comment