ଓଡିଶା

ମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନ

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଲାଗି ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରାଜ୍ୟ ମହିଳା କମିଶନ ଡକ୍ଟର ମୀନତି ବେହେରା ଘଟଣାର ତଦନ୍ତ ପାଇଁ ମୟୂରଭଞ୍ଜ ଗସ୍ତ କରିଛନ୍ତି। ମହିଳା କମିଶନଙ୍କ ସହ ଅତିରିକ୍ତ ପୋଲିସ ଏସ ପି ବିଜୟା ବାରୱ ଏବଂ ନିର୍ବାହୀ ଅଧିକାରୀ ଅରବିନ୍ଦ ପଟ୍ଟନାୟକଙ୍କ ତିନି ଜଣିଆ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଏଥିସହିତ ଆଜି ମହିଳା କମିଶନ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିବା ସହିତ ଶୋକସନ୍ତପ୍ତ ପରିବାରକୁ ଆଶ୍ୱ।ସନା ଦେଇଛନ୍ତି।ପୋଲିସଠାରୁ ନ୍ୟାୟ ପାଇବା ଆଶାରେ ସଂଗ୍ରାମ କରି ହାରିଯାଇଥିବା ପୀଡ଼ିତାକୁ ନ୍ୟାୟ ମିଳିବ ବୋଲି କମିଶନ ପୀଡ଼ିତାଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ କମିଶନ ରାଇରଙ୍ଗପୁର ଏବଂ ଝାରପୋଖରିଆ ଥାନାରେ ହୋଇଥିବା ମାମଲାର ସମୀକ୍ଷା କରିବା ସହିତ ସମ୍ପୃକ୍ତ ଛାତ୍ରୀ ନିବାସ କୁ ମଧ୍ୟ ପରିଦର୍ଶନ କରିଛନ୍ତି ।

Related posts

ଖୋଲିଲା ମାର୍କେଟ ବିଲ୍ଡିଂ

mahabharatanews

ବିଲରୁ ପଡିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ

mahabharatanews

ଆମିଷ ତରକାରୀରେ ମହକୁଛି ଘର

mahabharatanews