Uncategorized

ଅଯୋଧ୍ୟା ମାମଲାରୁ ହଟିଲେ ଧାୱନ

(ନୂଆଦିଲ୍ଲୀ)ମହାଭାରତ: ଅଯୋଧ୍ୟା ମାମଲାରେ ସୁନ୍ନି ୱାକଫ ବୋର୍ଡ ଏବଂ ଅନ୍ୟ ମୁସଲିମ ପକ୍ଷଙ୍କ ତରଫରୁ ସୁପ୍ରିମକୋର୍ଟରେ ଲଢୁଥିବା ବରିଷ୍ଠ ଓକିଲ ରାଜୀବ ଧାୱନ ମାମଲାରୁ ହଟିଛନ୍ତି । ଏହି ମାମଲାରୁ ତାଙ୍କୁ ବାହାର କରାଯାଇ ନାହିଁ ବରଂ ସେ ନିଜେ ଏହି ମାମଲାରୁ ଓହରି ଯାଇଛନ୍ତି ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ମୁସଲିମ ସଂଗଠନ ଜମିୟତକୁ ପ୍ରତିନିଧିତ୍ୱ କରୁଥିବା ଏଜାଜ ମକବୁଲ ତାଙ୍କୁ ବାବ୍ରି ମାମଲାରୁ ହଟାଇ ଦେଇଛି । ସେ ଏହାକୁ ଗ୍ରହଣ କରିବା ସହ ସ୍ୱୀକାର ପତ୍ର ମଧ୍ୟ ସଂଗଠନକୁ ପଠାଇ ସାରିଛନ୍ତି । ଏହି ରିଭ୍ୟୁ ମାମଲା ସହ ସେ ଆଉ ଜଡିତ ନାହାନ୍ତି ବୋଲି ମଙ୍ଗଳବାର ସକାଳେ ଫେସବୁକରେ ଉଲ୍ଲେଖ କରିଛନ୍ତି । ତେବେ ଅସୁସ୍ଥତା ପାଇଁ ତାଙ୍କୁ ମାମଲାରୁ ହଟାଇ ଦିଆଯାଇଛି ବୋଲି ହେଉଥିବା ଚର୍ଚ୍ଚାକୁ ସେ ମିଛ ବୋଲି ପ୍ରତିକ୍ରିୟାରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ, ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିକଟରେ ରାଜୀବ ମୁସଲିମ ପକ୍ଷ ପାଇଁ ଯୁକ୍ତି ଉପସ୍ଥାପନ କରୁଥିଲେ । ୪୦ ଦିନ ଧରି ଚାଲିଥିବା ଏହି ୪୦ ଦିନ ଧରି ଏହି ବିବାଦୀୟ ମାମଲାର ଶୁଣାଣି ହୋଇଥିବା ବେଳେ ସେ ୨ ସପ୍ତାହ ଧରି ମାମଲା ଲଢିଥିଲେ ।

Related posts

ତାଲିବାନର ପ୍ରଭାବ ଏବେ ପାକିସ୍ତାନ ଉପରେ

mahabharatanews

ସନ୍ନି ଦେଓଲ ବି ନିଖୋଜ, ଲାଗିଲା ପୋଷ୍ଟର

mahabharatanews

ଟ୍ରମ୍ପଙ୍କ ଗସ୍ତ ପାଇଁ ଏତେ ଖର୍ଚ୍ଚ କାହିିଁକି: ପ୍ରିୟଙ୍କା

mahabharatanews