ଓଡିଶା

ନାକେଦମ କଲା ବିଜେପି ମହିଳା ମୋର୍ଚ୍ଚା

(ସରୋଜ/ ମୃତ୍ୟୁଞ୍ଜୟ)ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପ୍ରତି ବଢି ଚାଲିଥିବା ନିର୍ୟାତନାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଆଡକୁ ମାଡି ଆସିଥିଲେ। ଏହି ସମୟରେ ଏୟାରପୋର୍ଟ ରାସ୍ତାରେ ଯିବା ବେଳେ ପ୍ରଥମେ ପୋଲିସ କର୍ମୀମାନଙ୍କୁ ଅଟକାଇଥିଲା। ପ୍ରଭାତି ପରିଡା, ସୁରମା ପାଢୀ ଆଜି ବିଜେପି ପ୍ରମୁଖଙ୍କୁ ପୋଲିସ ଅଟକାଇଥିଲା। କିନ୍ତୁ ଏହି ସମୟରେ ଏକ ଗଳି ରାସ୍ତା ଦେଇ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ ଟ୍ରାଫିକ୍ ପୋଷ୍ଟ ଯାଏଁ ପହଁଚି ଯାଇଥିଲେ। ମହିଳା କର୍ମୀ ଅଚାନକ ମାଡି ଆସୁଥିବା ଦେଖି ପୋଲିସ ହଡବଡେଇ ଯାଇଥିଲା। ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପଳାସପଲ୍ଲୀ ଆଡୁ ମାଡିଆସିଲେ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ। ଫଳରେ ଚତୁର୍ଦିଗରୁ ମାଡି ଆସୁଥିବା ମହିଳା କର୍ମୀଙ୍କୁ ଅଟକାଇବାକୁ ପୋଲିସ ଝାଳନାଳ ହୋଇଛି।

Related posts

ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା

mahabharatanews

ବେରବୋଇରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ କରାଯିବ, ମଡେଲ ସ୍କୁଲ ସ୍ଥାପନ ହେବ

mahabharatanews

ଗଜପତି ଏସ୍ପି ସଚେତନତା ଗୀତ ଗାଇଲେ

mahabharatanews