ଓଡିଶା

ସ୍କୁଲ ପିଲାଙ୍କୁ ରାସ୍ତାରେ ଆଣ୍ଠେଇ ମଦ୍ୟପ ଶିକ୍ଷକ ବହିଷ୍କୃତ

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତର ବାଲିଆ ପ୍ରାଥମିକ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶିକ୍ଷକ ମଦ ପିଇ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିବା ଦେଖିବାକୁ ମିଳିଛି । ସ୍କୁଲକୁ ଡେରିରେ ଆସିବା ନେଇ ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିବାରୁ ଶିକ୍ଷକ ଜଣକ ଛାତ୍ରଛାତ୍ରୀମାନଙ୍କୁ ଏଭଳି ଦଣ୍ଡ ଦେଇଥିବା ଜଣାପଡିଛି ।
ବୁଧବାର ଏହି ସ୍କୁଲର ଶିକ୍ଷକ ମକରନ୍ଦ ମହନ୍ତ ମଦ୍ୟପାନ କରି ନିଜ ଗାଡିର ରାସ୍ତାରେ ପକାଇ ଦେଇ ନିଶାସକ୍ତ ଅବସ୍ଥାରେ ସ୍କୁଲରେ ବିଳମ୍ବରେ ପହଞ୍ଚିଥିଲେ । ତେବେ ଏତେ ଡେରିରେ ଆସିବା ନେଇ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ପ୍ରଶ୍ନ କରିବାରୁ ଏଥିରେ ସେ ରାଗି ଯାଇ ପିଲାମାନଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିଲେ । ଏହି ସମୟରେ ଗାଁ ଲୋକେ ଏହାର ଭିଡିଓ ଉତ୍ତୋଳନ କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ ପାଇଁ ପଠାଇଥିଲେ । ଗଣମାଧ୍ୟମରେ ଖବର ପସାରଣ ପରେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ଭାରପ୍ରାପ୍ତ ଜିଲ୍ଲାପାଳ ମଦ୍ୟପ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି ।
ସୂଚନା ମୁତାବକ, ପୂର୍ବରୁ ମଧ୍ୟ ଉକ୍ତ ଶିକ୍ଷକ ଏଭଳି ଅନେକ ଥର ମଦ୍ୟପାନ କରି ବିଦ୍ୟାଳୟ ଆସୁଥିବା ବେଳେ ଗାଁ ଲୋକେ ଏହାକୁ ବିøାଧ କରିଥିଲେ ମଧ୍ୟ ଶିକ୍ଷକଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ ଆସିନଥିଲା ।

Related posts

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀରେ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି

mahabharatanews

ଭିଜିଲାନ୍ସ ଜାଲରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

mahabharatanews

ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews