ଓଡିଶା

୨ ଦିନର ସଂଘର୍ଷ ପରେ ଆଖି ବୁଜିଲେ ଉନ୍ନାଓ ପିଡିତା

( ମହାଭାରତ/ ମଧୁସ୍ମିତା ତ୍ରିପାଠୀ): ଶେଷରେ ଆଖି ବୁଜିଲେ ଉନ୍ନାଓ ପିଡିତା । ଦୀର୍ଘ ୨ ଦିନ ଧରି ସଂଘର୍ଷ କରିବା ପରେ ଶୁକ୍ରବାର ରାତି ୧୧.୪୦ ମିନିଟରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶର ଉନ୍ନାଓର ଏହୀ ଯୁବତୀଙ୍କୁ ଗୁରୁବାର ଦିନ ଅଭିଯୁକ୍ତମାନେ ନିଆଁ ଲଗାଇ ଦେଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୂଚନାନୁସାରେ ଯୁବତୀଙ୍କୁ ଗତ ମାର୍ଚ୍ଚରେ ଗଣବଳାକ୍ରାର କରାଯାଇଥିଲା । ଏନେଇ ସେ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତ ଜାମିନରେ ଆସିଥିଲେ । ଗତ ଗୁରୁବାର କୋର୍ଟରେ ମାମଲାର ଶୁଣାଣି ଥିବାରୁ ପିଡିତା ଭୋର ସମୟରେ ରାୟବରେଲୀସ୍ଥିତ କୋର୍ଟକୁ ଯିବା ଲାଗି ଷ୍ଟେସନକୁ ଆସୁଥିବା ବେଳେ ଜାମିନରେ ଆସିଥିବା ୨ ଅଭିଯୁକ୍ତ ସମେତ ଅନ୍ୟ ୨ ଜଣ ତାଙ୍କୁ ଆ୍ରୀମଣ କରିଥିଲେ । ତେବେ ପ୍ରଥମେ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟିବା ପରେ ଛୁରିରେ ଆକ୍ରମଣ କରିଥିଲେ । ପରେ ପିଡିତା ତଳେ ପଡିଯିବାରୁ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ତାଙ୍କ ଶରୀର ୯୦ ପ୍ରତିଶତ ପୋଡିଯାଇଥିବା ଡାକ୍ତର କହିଥିଲେ । ତେବେ ମୃତ୍ୟୁ ପୂର୍ବରୁ ପିଡିତା ତାଙ୍କ ଭାଇଙ୍କୁ ବଞ୍ଚିବା ପାଇଁ ଚାହୁଁଛନ୍ତି ବୋଲି କହିବା ସହ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଗୁହାରି କରିଥିଲେ । ଏନେଇ ପିଡିତାଙ୍କ ଭାଇ କହିଛନ୍ତି ଯେ ଯିଏ ଦୋଷୀ ତାକୁ ମଧ୍ୟ ସେଇ ସ୍ଥାନକୁ ଯିବାକୁ ପଡିବ ଯେଉଁ ସ୍ଥାନକୁ ମୋ ଭଉଣୀ ଯାଇ ସାରିଛି । ସରକାରଙ୍କ ଠାରୁ ଏତିକି ନ୍ୟାୟ ଚାହୁଁଛୁ ବୋଲି କହିଛନ୍ତି ।

Related posts

କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଛାତରୁ ଡେଇଁ ପଡିଲେ ଫାୟାରମ୍ୟାନ୍‌

mahabharatanews

ଶ୍ରୀଧରଙ୍କ ପରିବାର ପାଇଁ ସରକାରୀ ଆବାସ ଯୋଜନା ସାତ ସପନ

mahabharatanews

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews