ଓଡିଶା

ଟ୍ରେନ ଲାଇନରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

(ମହାଭାରତ, କଣ୍ଟାବାଞ୍ଝି): କଣ୍ଟାବାଞ୍ଝି-ରାୟପୁର ଟ୍ରେନ ଲାଇନର ଡାବରୀ ନିକଟରୁ ଶନିବାର ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ଦାଦନ ଖଟିବା ପାଇଁ ତେଲେଙ୍ଗାନାର ପୈ÷ଦାପଲ୍ଲୀ ଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ସେଠାରେ କାମ ନମିଳିବାରୁ ସେ ଘରକୁ ଫେରୁଥିଲେ । ଟ୍ରେନ ଦୁର୍ଘଟଣାରେ କି ଅନ୍ୟ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁଁ । ତେବେ ତାଙ୍କ ପକେଟରୁ ଏକ ଟ୍ରେନ ଟିକଟ ମିଳିଥିବା ପୋଲିସ ସୂଚନା ଦେଇଛି ।

Related posts

ପିଏମଙ୍କୁ ନବୀନଙ୍କ ଚିଠି

mahabharatanews

ଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରାର ଅବଧି

mahabharatanews

ସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।

mahabharatanews