ଓଡିଶା

ଅଟୋକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୧୪ ଆହତ

(ମହାଭାରତ, ଦାରିଙ୍ଗିବାଡି): ଦାରିଙ୍ଗିବାଡି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ଗୋଟିଏ ବୋଲେରୋ ଧକ୍କା ଦେବା ଫଳରେ ରାସ୍ତାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଦାରିଙ୍ଗିବାଡି ସାପ୍ତାହିକ ହାଟକୁ କେରୁବାଡି ଗାଁର ଲୋକମାନେ ଯାଇଥିଲେ । ହାଟ ସାରି ଏକ ଅଟୋରେ ଘରକୁ ଫେରୁଥିବା ବେଳେ ୫୯ ନମ୍ବର ଜାତୀୟ ରାଜପଥର ସିଆଙ୍ଗବାଲି ଛକ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେହି ଗାଁର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକଙ୍କ ସମେତ ୧୩ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ଦାରିଙ୍ଗିବାଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦାରିଙ୍ଗିବାଡି ଥାନା ପୋଲିସ ଅଟୋ ଓ ବୋଲେରୋକୁ ଜବତ କରିଛି । ବୋଲେରୋ ଚାଳକକୁ ଅଟକ ରଖି ପଚରାଉଚରା କରିଛି ।

Related posts

୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

mahabharatanews

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

mahabharatanews

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews