ଅପରାଧ

ବିବାହିତ ମହିଳା ଗଣ ଦୁର୍ଷ୍କମର ଶିକାର

(ମହାଭାରତ/ସମ୍ବଲପୁର): ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳର ଜଣେ ବିବାହିତ ମହିଳା ଶନିବାର ଦିନ କୌଣସି ଏକ କାମରେ ସମ୍ବଲପୁର ସହରକୁ ଆସିଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହା ମାମଲାରେ ପୁଲିସ ୫ ଜଣଙ୍କୁ ଅଟକ ରଖିôଛି ।
ସୂଚନା ଅନୁଯାୟୀ, ଜଣେ ମହିଳା ଶନିବାର ସମ୍ବଲପୁର କୌଣସି କାମରେ ଯାଇଥିଲେ । ସେ କାମ ସାରି ସନ୍ଧ୍ର୍ୟା ସମୟରେ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଘରେ ଛାଡି ଦେବା ପାଇଁ କହି ତାଙ୍କୁ ବାଇକରେ ବସାଇଥିଲେ । ତେବେ ଦୁଇ ଯୁବକ ତାଙ୍କୁ ନିଛାଟିଅ । ସ୍ଥାନରେ ଥିବା ଏକ ଧାନଖଳାକୁ ନେଇ ଯାଇ ଜୋର ଜବରଦସ୍ତି ଦୁର୍ଷ୍କମ କରିବା ସହିତ ନିଶା ଖୁଅ ।ଇ ଦେଇଥିଲେ । ଏହା ପରେ ଯୁବକ ଦ୍ୱୟ ସେମାନଙ୍କ ଅ ।ଉ କିଛି ସାଥି ମାନଙ୍କୁ ଡକାଇ ଥିଲେ ଓ ସେମାନେ ମଧ୍ୟ ମହିଳାଙ୍କୁ ଦୁର୍ଷ୍କମ କରିଥିଲେ । ରାତି ସାରା ମହିଳାଙ୍କୁ ଦୁର୍ଷ୍କମ କରିବା ପରେ ବରେଇପାଲିରୁ ଡେଙ୍ଗସର୍ଗି ଗ୍ରାମ ମଧ୍ୟରେ ଛାଡି ·ଲି ଯାଇଥିଲେ । ମହିଳା ଜଣକ ସେଠାରେ ସଜ୍ଞାହୀନ ହୋଇ ପଡି ରହିଥିବା ବେଳେ ସକାଳ ପ୍ରାୟ ସାଢେ ୮ଟା ସମୟରେ ସ୍ଥାନୀୟ ଲୋକେ ଅଇଁଠାପାଲୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ତାଙ୍କୁ ବୁର୍ଲା ଭିମସାରକୁ ନେଇଥିଲା । ତେବେ ସଜ୍ଞାହୀନ ଅବସ୍ଥାରେ ଥିବା ମହିଳାଙ୍କ ହୋସ ରବିବାର ସନ୍ଧ୍ର୍ୟା ପ୍ରାୟ ୬ଟାରେ ଅ ।ସିବାରୁ ସେ ସବୁ ଘଟଣା ପୁଲିସକୁ କହିଥିଲେ । ଏହା ପରେ ପୁଲିସ ତୁରନ୍ତ ପଦକ୍ଷେପ ନେଇ କିଛି ଯୁବକଙ୍କୁ ଥାନାକୁ ଅ ।ଣି ଅଟକ ରଖି ପଚରାଉଚୁରା ଚଳାଇଛି । ଏହି ମାମଲାରେ ୪ ଜଣ ଯୁବକ ସଂପୃକ୍ତ ଥିବାର କୁହାଯାଉଥିବା ବେଳେ ପୁଲିସ ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ, ଏହି ଘଟଣାରେ ଅ ।ହୁରି ତିନି ଜଣ ଯୁବକ ସଂପୃକ୍ତ ଥିବାର କୁହାଯାଉଛି । ମାମଲାର ଗମ୍ଭୀରତାକୁ ଦେଖି ଏସପି ଦିନ ତମାମ ଅଇଁଠାପାଲୀ ଥାନାରେ ରହିଥିବାର ଜଣାପଡିଛି । ସମ୍ବଲପୁରରେ ଘଟିଥିବା ଏହି ଘଟଣା ବିଗତ ଦିନରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହିତ ହୋଇଥିବା ବର୍ବରତା ଘଟଣାକୁ ଜନତାର ମାନସପଟରେ ଉଦଜିବୀତ କରୁଛି ।

Related posts

ଷ୍ଟେସନ ପ୍ଲାଟଫର୍ମରୁ ଗଞ୍ଜେଇ ଜବତ, ୧ ଗିରଫ

mahabharatanews

ଯୁବକଙ୍କୁ ପଥରରେ ଛେଚି ହତ୍ୟା, ୩ ଅଟକ

mahabharatanews

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

mahabharatanews