ଓଡିଶା

ସେଲଫି ନେବାକୁ ଯାଇ ପ୍ରାଣ ହରାଇଲେ ଯୁବକ

(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିରେ ସେଲଫି ନେବାକୁ ଯାଇ ଜଣେ ଯୁବକଙ୍କୁ ପ୍ରାଣ ହରାଇବାକୁ ପଡିଛି । ରାମଦୋଳିରେ ବସି ସେଲଫି ନେବା ବେଳେ ଦୋଳିରୁ ଖସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମଙ୍ଗଳବାର ରାମପୁରରେ ଚାଲିଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ପଡିଥିବା ରାମଦୋଳିରେ ବସି ଯୁବକ ଜଣକ ତାଙ୍କ ସାଙ୍ଗଙ୍କ ସହିତ ସେଲଫି ନେଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଉଭୟ ଦୋଳିରୁ ତଳକୁ ଖସି ପଡିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଡଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନା ପଠାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହଥିବା ଜଣାପଡିଛି ।

Related posts

ଜଣେ ସଂକ୍ରମିତ ୪୦୬ ଜଣଙ୍କୁ ମାସକରେ ସଂକ୍ରମିତ କରିପାରେ

mahabharatanews

ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ, ରାସ୍ତାରେ ୫ଫୁଟର ପାଣି

mahabharatanews

୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା

mahabharatanews