ଓଡିଶା

ଡାନିଙ୍କ ପ୍ରୟାସରେ ରଙ୍ଗିନ କଳିଙ୍ଗ ନଗର

(ମହାଭାରତ/ ଭୁବନେଶ୍ୱର): ଶିଳ୍ପାଞ୍ଚଳ କଳିଙ୍ଗ ନଗର କହିଲେ ମନକୁ ଧସେଇ ପସେ ପୁଲିସ ଗୁଳିମାଡରେ ରକ୍ତ ରଂଜିତ ଯାଜପୁର ମାଟି । ୨୦୦୬ ଜାନୁଆରୀ ୨ ତାରିଖରେ ପୁଲିସ ଗୁଳିରେ ଟଳିପଡିଥିଲେ ୧୩ ଜଣ ଆଦିବାସୀ । ଏହି ଘଟଣାକୁ ନେଇ ସାରା ଦେଶରେ କଳିଙ୍ଗ ନଗର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ଏହି ଘଟଣାକୁ ୧୪ ବର୍ଷ ହେବାକୁ ଯାଉଛି ।

ଏହାରି ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ଖଣି ଖାଦନକୁ ନେଇ ପରିଚିତ ଅଞ୍ଚଳରେ ବହୁ ଶିଳ୍ପ ପ୍ରତିଷ୍ଠାନ ରହିଛି । ଟାଟା ଷ୍ଟିଲ, ଜିନ୍ଦଲ ପରି ବିଭିନ୍ନ କମ୍ପାନୀ କଳିଙ୍ଗ ନଗରରେ ପ୍ରତିଷ୍ଠା କରିଛନ୍ତି ସେମାନଙ୍କ ଶିଳ୍ପାଞ୍ଚଳ । ଏହି ଶିଳ୍ପାଞ୍ଚଳକୁ ନେଇ କଳିଙ୍ଗ ନଗର ବାସୀଙ୍କ ଜୀବନ ଶୈଳୀରେ ଆସିଛି ପରିବର୍ତ୍ତନ ।
ଆଉ ଏଥିରେ ଆହୁରି ଅଧିକ ରଙ୍ଗ ଭରିଦେଇଛନ୍ତି ସ୍ଥାନୀୟ ବିଧାୟକ ପ୍ରିତି ରଞ୍ଜନ ଘଡେଇ (ଡାନି) । ଡାନିଙ୍କ ନେତୃତ୍ୱରେ କଳିଙ୍ଗ ନଗର ମହୋତ୍ସବର ଆୟୋଜନ କରାଯାଉଛି । ଏବେ ଚାଲିଛି କଳିଙ୍ଗ ନଗର ମହୋତ୍ସବ । ଏହା ୯ ଡିସେମ୍ବରରୁ ଆରମ୍ଭ ହୋଇଛି । ଏହି ମହୋତ୍ସବ ୫ ଦିନ ଧରି ଚାଲିବ । ମହୋତ୍ସବ ୩ ବର୍ଷ ହେବ ସୁକିନ୍ଦା ବିଧାୟକଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଚାଲିଛି । ଚଳିତ ବର୍ଷ ତିଲିବାହାଲିଠାରେ ଆୟୋଜିତ ହୋଇଛି କଳିଙ୍ଗନଗର ମହୋତ୍ସବ । ମହୋତ୍ସବରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ହସ୍ତତନ୍ତକୁ ନେଇ ଖୋଲିଛି ପ୍ରାୟ ୩୫୦ରୁ ଊଦ୍ଧ୍ୱର୍ ଷ୍ଟଲ । ଖଦି ବୋର୍ଡ, ବୟନିକା, ଉକ୍ରାଳିକା, ଓରମାସ, ଏମଏସଏମିର ଏକାଧିକ ଷ୍ଟଲ ମଧ୍ୟ ଖୋଲା ଯାଇଛି ।
ଏହି ମହୋତ୍ସବକୁ ବିଭିନ୍ନ ରାଜ୍ୟରୁ ଆସୁଥିବା ହସ୍ତତନ୍ତ ପ୍ରଦର୍ଶନୀକୁ ଦେଖିବାକୁ ଏଠାକୁ ଦୈନିକ ୫୦ ହଜାର ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ, ପୁଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ପ୍ରିତିଙ୍କ ଏହି ପ୍ରୟାସକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି । ଡାନି ମଧ୍ୟ ବ୍ୟକ୍ତିଗତ ଭାବେ ମହୋତ୍ସବର ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ଦେଖିବାକୁ ମିଳୁଛି ।

Related posts

ନୂଆବର୍ଷରୁ ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଲାଗିବ ହାଇ- ସ୍ପିଡ୍ କ୍ୟାମେରା

mahabharatanews

ଅନୁଗୋଳରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର 

mahabharatanews

ନିଶାଡି ପୁଅ ମାଡରେ ମା’ର ମୃତ୍ୟୁ

mahabharatanews