ଓଡିଶା

ପୋଲିସ ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

(ମହାଭାରତ, କେନ୍ଦ୍ରାପଡା): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସର ଜାଲରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୋଲିସ ସବ୍-ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୋଲିସ ମୋଟର୍ସ ଟ୍ରାନ୍ସପୋର୍ଟ ସବ-ଇନ୍ସପେକ୍ଟର ଜନ୍ମେଜୟ ମଲ୍ଲିକଙ୍କ ଘରେ ଭିଜିଲାନ୍ସର ଏକ ଟିମ ଚଢାଉ କରିଛି । ବୁଧବାର ଭୋରରୁ ଭିିଜିଲାନ୍ସ ଅଧିକାରୀମାନେ ଉକ୍ତ ସବ୍-ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ୫ଟି ସ୍ଥାନ ଉପରେ ଏକକାଳୀନ ଚଢାଉ କରିଥିଲେ । ଏହି ଚଢାଉ ବେଳେ ତାଙ୍କ ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ ସହ ବିଭିନ୍ନ କାଗଜପତ୍ର ଓ ସୁନା ଅଳଙ୍କାରଗୁଡିକର ଟିକିନିଖି ଯାଞ୍ଚ କରାଯାଉଛି । ତେବେ ଚଢାଉ ଜାରି ରହିଥିବାରୁ ଅଧିକ ଖବର ହାସଲ ହୋଇପାରିନାହିଁ ।

Related posts

ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପରେ କଟକ ଚମ୍ପିୟନ

mahabharatanews

କୋଇଲା ଚୁଲା ନିଆଁରେ ଜଳି ଦମ୍ପତିଙ୍କ ମୃତ୍ୟୁ

mahabharatanews

ଅଦ୍ୟାବଧି ଏକ ହଜାର ପ୍ଲାଜମା ଥେରାପି ହୋଇଛି ରାଜ୍ୟରେ

mahabharatanews