Uncategorized

ଆସାମରେ ଶାନ୍ତି ପ୍ରତିଷ୍ଠା କରିବାକୁ ମୋଦିଙ୍କ ନିବେଦନ

(ମହାଭାରତ/ନୂଆଦିଲ୍ଲୀ): ନାଗରିକ ସଂଶୋଧନ ବିଧେୟକ ରାଜ୍ୟସଭାରେ ଅନୁମୋଦନ ହାସଲ କରିବା ପରେ ତୀବ୍ର ପ୍ରତିବାଦ କରୁଥିବା ଆସାମବାସୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟରେ ଶନ୍ତି ରକ୍ଷା କରିବା ନିମନ୍ତେ ନିବଦେନ କରିଛନ୍ତି । ଏସଂପର୍କରେ ଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମାବସୀଙ୍କକ ଅଧିକାର ଅପରିବର୍ତ୍ତିତ ରହିବ । ଆସାମର ମୋ ଭାଇ ଭଉଣୀମାନଙ୍କୁ ପ୍ରତିଶୃତି ଦେଉଛି ଯେ ନାଗରିକତା ସଂଶୋଧନ ବିଧେୟକ ଅନୁମୋଦନ ହେବା ବିଷୟରେ ସେମାନଙ୍କର ଚିନ୍ତାର କୋøଣସି କାରଣ ନାହିଁ । ସେଠାରେ ପ୍ରତିବାଦ କରୁଥିବା ଜନତାଙ୍କୁ ସେ କହିଛନ୍ତି ଯେ କେହି ଆପଣଙ୍କ ଅଧିକାର, ସ୍ୱତନ୍ତ୍ର ପରିଚୟ ଓ ସୁନ୍ଦର ସଂସ୍କୃତିକୁ ଛଡାଇ ନେବ ନାହିଁ । ଏହା ଉନ୍ନତ ଓ ସମୃଦ୍ଧ ହୋଇ ଚାଲିବ । ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ କକ୍ଲଜ ୬ ଅନୁସାରେ, କେନ୍ଦ୍ର ସରକାର ଓ ଆସାମୀୟଙ୍କ ରାଜନୈତିକ ଭାଷାଗତ, ସାଂସ୍କୃତିକ ଏବଂ ଭୂଅଧିକାର ସୁରକ୍ଷିତ ରଖିବେ ।
ରାଜନେତାମାନଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ବିଶେଷକରି ଆସାମ ଓ ତ୍ରିପୁରାରେ ପ୍ରତିବାଦ ଉଗ୍ରତର ହେଉଛି । ଅଘଟଣ ଆଶଙ୍କାରେ ୨୧ ଟି ଟ୍ରେନ ଏବଂ ତିନୋଟି ବିମାନ ସେବା ବନ୍ଦ କରି ଦିଆଯାଇଛି ।

Related posts

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ବିସ୍ଫୋରଣରେ ଉଡାଇବାକୁ ହତ୍ୟା ଧମକ

mahabharatanews

ଟିଏମ୍ସି ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ନାହିଁ: ଡିଜିପି

mahabharatanews

ଯାନ୍ତ୍ରିକ ତ୍ରୁଟି ପାଇଁ ୫ ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ

mahabharatanews