ରାଜନୀତି

ମହାରଥୀଙ୍କ ଜନଶୁଣାଣି ଶିବିର

ଭୁବନେଶ୍ୱର, ଗୋପ: ପୁରୀ ଜିଲ୍ଲା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଳକର ବିଭିନ୍ନ ପାଞ୍ଚାୟତରୁ ଅ।ସିଥିବା ଲୋକମାନଙ୍କ ଠାରୁ ଅଭିଯୋଗ ଶୁଣିବା ସହ ତୁରନ୍ତ ଅଭିଯୋଗ ଗୁଡିକର ସମାଧାନ କରିବା ପାଇଁ ପ୍ରଚେଷ୍ଠା ଅ।ରମ୍ଭ କରିଛନ୍ତି ବିଧାୟକ । ଏହି ଜନଶୁଣାଣି ଶିବିରରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ୍ର ପ୍ରଧାନ, ଅତିରିକ୍ତ ବିଡିଓ ପ୍ରଦୀପ କୁମାର ନାୟକଙ୍କ ସହ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବିଶେଷ କରି ରାଶନ କାର୍ଡ, ଭତ୍ତା, ବାତ୍ୟାରେ ଭାଙ୍ଗି ଯାଇଥିବା ଘର ପାଇଁ ସରକାରୀ ସାହାଯ୍ୟ, ପାନୀୟ ଜଳ ଅ।ଦି ବିଭାଗରେ ଲୋକମାନେ ବିଧାୟକଙ୍କ ବିଭିନ୍ନ ପାକରେ ଅଭିଯୋଗ କରିଥିଲେ । ସେହିପରି ବାତ୍ୟାରେ ଭାଙ୍ଗି ଯାଇଥିବା ବିଭିନ୍ନ ବିଦ୍ୟାଳୟର ଗୃହ ମରାମତି ପାଇଁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୨ କୋଟି ୩୨ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦିତ ହୋଇଛି ବୋଲି ବିଧାୟକ ଶ୍ରୀ ମହାରଥୀ ଉପସ୍ଥିତ ଥିବା ଜନସାଧାରଣଙ୍କ ଅଗାରେ ସୂଚନା ଦେଇଥିଲେ ।

Related posts

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

mahabharatanews

ଶଙ୍ଖଭବନରେ ନୂଆପଡା ପରାଜୟ ଉପରେ ସମୀକ୍ଷା କରିଛନ୍ତି ନବୀନ ପଟ୍ଟନାୟକ

mahabharatanews

ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

mahabharatanews