ଓଡିଶା

ପୂର୍ତ୍ତ ବିଭାଗ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଅବମାନନା

ଭୁବନେଶ୍ୱର, ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ପୂର୍ତ୍ତବିଭାଗ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଭୁଲି ଯାଇଛି । ବାତ୍ୟାରେ ଜାତୀୟ ରାଜପଥ କଡରେ ଲାଗିଥିବା ବିଭିନ୍ନ ଫଳକଗୁଡିକ ଭାଙ୍ଗି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ପୁନଃ ନିର୍ମାଣ ହୋଇପାରି ନାହିଁ ।  ବିଭାଗୀୟ ଅଧିକାରୀମାନେ ଅର୍ଥ ନ ଥିବା ଦର୍ଶାଇ ନାମ ଫଳକଗୁଡିକ ସେହିପରି ଭଙ୍ଗା ଅବସ୍ଥାରେ ପକାଇ ଦେଇଛନ୍ତି ।

ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକ ନିକଟରେ ସୁଆଣ୍ଡୋ ବା ଗୋପବନ୍ଧୁଙ୍କ ଜନ୍ମପୀଠକୁ ରାସ୍ତା ବୋଲି ଏକ ସୁଚନା ଫଳକ ରହିଥିଲା । ବାତ୍ୟାରେ ଭାଙ୍ଗିି ଯିବା ପରେ କେତେକ ଗୋପବନ୍ଧୁ ପ୍ରେମୀ ଓ ସୁଆଣ୍ଡୋ ଗ୍ରାମବାସୀ ମାନେ ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଜେଇଙ୍କୁ ଜଣାଇଥିଲେ ମଧ୍ୟ ସେ ଏ ଦିଗପ୍ରତି ନଜର ଦେଉନାହାନ୍ତି । ମାତ୍ର ଅଁଳାନବମୀରେ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖିରେ ରଖି ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ମରାମତି ଓ ଫଳକ କାମ ହୋଇଥିଲା । କିନ୍ତୁ ପଟ୍ଟନାୟିକିଆ ଛକ ଠାରେ ଥିବା ଫଳକଟି ଲାଗି ପାରିଲା ନାହିଁ । ଅନ୍ୟପକ୍ଷେ ଏବେ ପର୍ଯ୍ୟଟନ ଋତୁ ହୋଇଥବାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସୁଆଣ୍ଡୋ ଗ୍ରାମକୁ ଅ ।ସୁଛନ୍ତି । ତେବେ ସୁଚନା ଫଳକ ନ ଥିବାରୁ ପର୍ଯ୍ୟଟକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ହେଉଛି । ତେଣୁ ତୁରନ୍ତ ପୁରୀ ଜିଲ୍ଲାପାଳ ଏହି ଦିଗ ପ୍ରତି ନଜର ଦେବାକୁ ଗୋପବନ୍ଧୁ ସ୍ମୃତିପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ନିବେଦନ କରିଛନ୍ତି ।

Related posts

ଝଡ଼ବର୍ଷା: ୧୩ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ରାସ୍ତା କଡକୁ ବସ୍ ଓଲଟି ୫ ଆହତ

mahabharatanews

ରାଜ୍ୟରେ ବିଜୁଳି ,ଘଡଘଡି ସହ ବର୍ଷା ସମ୍ଭାବନା 

mahabharatanews