Uncategorized

ଆପ୍ ରେ ଯୋଗ ଦେବେ ଜେଡିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

(ପାଟନା): ନାଗରିକତା ସଂଶୋଧନ ବିଲ୍କୁ ନେଇ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଦଳ ଛାଡିପାରନ୍ତି । ଦଳ ଛାଡିବା ପରେ ସେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟୀ (ଆପ) ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ମିଶି କାମ କରିବେ ବୋଲି ସୂଚନା ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଏକ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି । ପ୍ରଶାନ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପାଇଁ କାମ କରିବେ ବୋଲି କେଜରିୱାଲ ଟ୍ୱିଟ କରି ଲେଖିଛନ୍ତି । ତେଣୁ ପ୍ରଶାନ୍ତ ଦଳ ଛାଡିବା ନେଇ ଘୋଷଣା କରିପାରନ୍ତି । ଏଥିପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଖୁବଶୀଘ୍ର ଭେଟିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ନାଗରିକତା ଆଇନକୁ ନେଇ ଜେଡିୟୁ ଭିତରେ ବିଦ୍ରୋହ ଆରମ୍ଭ ହୋଇଥିଲା । ଦଳର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଆଇନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ଦଳର ଅନ୍ୟତମ ସଦସ୍ୟ ପବନ ବର୍ମା ମଧ୍ୟ ଆଇନକୁ ନେଇ ଦଳରେ ବିରୋଧର ସ୍ୱର ଉଠାଇଥିଲେ । ସେମାନଙ୍କୁ ଦଳ ପକ୍ଷରୁ କଡା ଚେତାବନୀ ମଧ୍ୟ ଦିଆଯାଇଥିଲା ।

Related posts

ଅର୍ଦ୍ଧସାମରିକ ଫୋର୍ସର ବିଲୟ ଯୋଜନା ପ୍ରସ୍ତୁତ

mahabharatanews

ମେ ୩୧ ପର୍ଯ୍ୟନ୍ତ ଚେନ୍ନାଇକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ତାମିଲନାଡୁ ସରକାରର ଅନୁରୋଧ

mahabharatanews

ଆପଣ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି କି?ଏହି ୭ଟି ପ୍ରାଣୀଙ୍କୁ ଦିଅନ୍ତୁ ଖାଦ୍ୟ

mahabharatanews